STORYMIRROR

Debabrata Mishra

Abstract Tragedy Others

4  

Debabrata Mishra

Abstract Tragedy Others

କବି ମରିମରି ବଞ୍ଚିପାରେ

କବି ମରିମରି ବଞ୍ଚିପାରେ

1 min
289

କଷଣର କଷାଘାତରେ ରହି

ସମୟର ପଶାପାଲିରେ ପଶାସାଜି

ଫୁଲକୁ ଦେଖି କଣ୍ଚାକୁ ଚାଖି

ଲୁହକୁ ବୁଝାଏ ହସକୁ ସୁଆଇଦିଏ

ପାଗଳପଣର ଦୁନିଆରେ ହସୁଥାଏ

ସେ ହସୁଥାଏ ଆଖିରେ

ତା' ଓଠରୁ ଝରୁଥାଏ ଲୁହର ଶ୍ରାବଣ

କବି ମରିମରି ବଞ୍ଚିପାରେ, 


ସେ ଅନେକଙ୍କୁ ବୁଝାଇପାରେ

ନିଜକୁ ବୁଝାଇବା କଳା ତାକୁ ଜଣାଥିଲେ ସୁଦ୍ଧା

ସେ କେହି ଜଣକୁ ଖୋଜୁଥାଏ 

କିଏ ଆସି ତା' ଲୁହ ଦେବ ପୋଛି

କିଏ ଆସି ତା ଦୁଃଖରେ ହେବ ସାଥୀ

ସେ କାନ୍ଦିକାନ୍ଦି ଶୁଏ କେବଳ ରାତିରେ

ସେ ହସିହସି ବଞ୍ଚିପାରେ ଦିନ ଆଲୁଅରେ

ତାକୁ ବୁଝିବାକୁ ଦୁନିଆ ଏ ନୁହଁ

ସେ କବି ପରା ଲେଖୁଥାଏ କାନ୍ଦୁଥାଏ

ହସିହସି ମରୁଥାଏ ଏକାକୀ ଏକାକୀ

କବି ମରିମରି ବଞ୍ଚିପାରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract