କବି ମରିମରି ବଞ୍ଚିପାରେ
କବି ମରିମରି ବଞ୍ଚିପାରେ
କଷଣର କଷାଘାତରେ ରହି
ସମୟର ପଶାପାଲିରେ ପଶାସାଜି
ଫୁଲକୁ ଦେଖି କଣ୍ଚାକୁ ଚାଖି
ଲୁହକୁ ବୁଝାଏ ହସକୁ ସୁଆଇଦିଏ
ପାଗଳପଣର ଦୁନିଆରେ ହସୁଥାଏ
ସେ ହସୁଥାଏ ଆଖିରେ
ତା' ଓଠରୁ ଝରୁଥାଏ ଲୁହର ଶ୍ରାବଣ
କବି ମରିମରି ବଞ୍ଚିପାରେ,
ସେ ଅନେକଙ୍କୁ ବୁଝାଇପାରେ
ନିଜକୁ ବୁଝାଇବା କଳା ତାକୁ ଜଣାଥିଲେ ସୁଦ୍ଧା
ସେ କେହି ଜଣକୁ ଖୋଜୁଥାଏ
କିଏ ଆସି ତା' ଲୁହ ଦେବ ପୋଛି
କିଏ ଆସି ତା ଦୁଃଖରେ ହେବ ସାଥୀ
ସେ କାନ୍ଦିକାନ୍ଦି ଶୁଏ କେବଳ ରାତିରେ
ସେ ହସିହସି ବଞ୍ଚିପାରେ ଦିନ ଆଲୁଅରେ
ତାକୁ ବୁଝିବାକୁ ଦୁନିଆ ଏ ନୁହଁ
ସେ କବି ପରା ଲେଖୁଥାଏ କାନ୍ଦୁଥାଏ
ହସିହସି ମରୁଥାଏ ଏକାକୀ ଏକାକୀ
କବି ମରିମରି ବଞ୍ଚିପାରେ।
