STORYMIRROR

Dharitri Das

Tragedy

4  

Dharitri Das

Tragedy

ଦେଖିଯାଅ ପ୍ରଭୁ

ଦେଖିଯାଅ ପ୍ରଭୁ

1 min
300


ଜଗତର ନାଥ ତୁମେ ଜଗନ୍ନାଥ

   ସଂସାର କରତା ହୋଇ

ଜଗତର ଦୁଃଖ କିପରି ସହୁଛ

   ଦୟା ଟିକେ ହେଉ ନାହିଁ।


କୁବୁଦ୍ଧି କୁସଂସ୍କାର ପୂର୍ଣ୍ଣ ଜଗତ

   ହୋଇ ଯାଇଅଛି ଆଜି

ଦେଖି ନ ଦେଖିଲା ଭଳି ରହିଅଛ

    କିଆଁ ମୁକସାକ୍ଷୀ ସାଜି।


ଦୁନିଆ ଦାଣ୍ଡରେ କେତେ ଦୀନ ଦୁଃଖୀ

   ରହିଛନ୍ତି ବାଟ ଚାହିଁ

ଥରୁଟିଏ ଆସି  ଦେଖିଯାଅ ବୋଲି

    ଡାକୁ ଅଛି ଛାର ମୁଁହି।


ତୋର ଦୟା ହେଲେ ଜଗତର ନାଥ

    ସବୁ ଦୁଃଖ ଦୂର ହୋଇ

ଦୟାର ସାଗର  ଦୀନ ଦୁଃଖ ହର

    ବାରେ ଅବତାର ନେଇ।


ନାରୀ ଦେହ ଲୋଭୀ ନର ରାକ୍ଷସଙ୍କୁ

    ସଂହାର କର ହେ ପ୍ରଭୁ

ସଂସାରର ଦୁଃଖ  ଶୋକ ଦୂର କର

     କୁସଂସ୍କାର ଏଡ ଭବୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy