କି କରିବି ପ୍ରଭୁ ମୁହିଁ
କି କରିବି ପ୍ରଭୁ ମୁହିଁ
ବୃଦ୍ଧ ବୟସରେ ବାଟ ବଣା ହୁଏ କି କରିବି ପ୍ରଭୁ ମୁହିଁ
ଅନାଦି ଅନନ୍ତ ତୁହି ଜଗନ୍ନାଥ ମୁହିଁ ବି ଚ ଳି ତ ତହିଁ
ଧ୍ୟାନମୋ- ପଡୁ ନାହିଁ ଜଗାଙ୍କ ଚରଣେ
ବ୍ୟତୀତ ଟି ଜୀବନ କଷଣେ
ନାନାଦି ଚିନ୍ତା ବୃଦ୍ଧର ପ୍ରାଣେ ।
ଯେତେ ବୁଝାଇଲେ ନ ବୁଝେରେ ମନ ଯନ୍ତ୍ରଣା ବହୁ ହେଉଛି
ଲାଗୁ ନାହିଁ ଭଲ କିଛି ଏ ଜୀବନେ ଚକାନୟନ ଦିଶୁଛି
କମ୍ପୁଛି-ଏ ଶରୀର ହୋଇ ଥରଥର
କୁ ବିଚାର ମନର ଭିତର
କର ଦୂର ପ୍ରଭୁ ନିରାକାର ।
କରୁଣା ଏତିକି କର ମହା ପ୍ରଭୁ ଛବି ହୃଦେ ଆଙ୍କି ଥିବି
ଏପାପ ନେତ୍ରରେ ବଡ଼ଦେଉଳକୁ ଚାହିଁଣ ସଦା ମୁଁ ଥିବି
ତୋହର- ବାନା ତୋର ଉଡ଼େ ଫରଫର
ରାବ ଭକ୍ତଙ୍କ ବଡ଼ଦାଣ୍ଡର
ଶୁଣୁ ଥିବି ପ୍ରଭୁ ନିରନ୍ତର ।
ମଣିମା ମଣିମା ଡାକ ଭଲ ଲାଗେ ନିତ୍ୟେ କର୍ଣ୍ଣେ ଶୁଣୁ ଥିବି
ସବୁତ ଅ ର୍ପି ତ କରିଛି ଚରଣେ ନାମ ତୋର ଗାଉ ଥିବି
ସ୍ବପ୍ନରେ-ଦର୍ଶନ ଦେଉ ଥିବୁହେ ପ୍ରଭୁ
ସତ୍ୟ ବାଟେ ରଖ ମହାବାହୁ
କେବେ ନ ହୁଏ ଚିନ୍ତିତ ପ୍ରଭୁ ।
ତୁହି କୃଷ୍ଣ ରାମ ଆରାଧ୍ୟ ମୋହର ପ୍ରଭୁ ହେ ଜଗା ଠାକୁର
ଦାରୁବ୍ରହ୍ମ ଗୁଞ୍ଜେ ପୁରୀଧାମେ ପରା ଅଟୁହେ ବ୍ରହ୍ମାଣ୍ଡେସ୍ବର
କର୍ତ୍ତବ୍ୟ-ମହୋରହେ ଭକ୍ତି ଟି ତୋହର
ଜନସେବା ଅଟେ ଧର୍ମ ମୋର
ରାଷ୍ଟ୍ରପ୍ରୀତି ପ୍ରଭୁ କର କର୍ତ୍ତବ୍ୟର ।
ସୃଷ୍ଟି କର୍ତ୍ତା ତୁହି ପାଳନ କର୍ତ୍ତାହେ ଚରାଚର ପୃଥିବୀର
ଯାହାକିଛିହୁଏ ମୃତ୍ୟୁଲୋକେପ୍ରଭୁ ନିର୍ଦ୍ଦେଶେ ହୁଏ ତହର
ମନୁଷ୍ୟ- ଛାର କି ବୁଝିବ ହେ ସଂସାର
ମାୟାଧର କର ବିଚାର
ମୁଁ ଅଜ୍ଞାନୀ ହେ କରୁଣାକର ।
ବୃଦ୍ଧ କାଳ ମୋର ଭକ୍ତିମୟ କର ଗାଉ ଥିବି ନାମତୋର
ଦୁର୍ବଳ ଶରୀରେ ଶକ୍ତି ଭରି ଦିଅ ଦେଖୁ ଥିବି ଶ୍ରୀମନ୍ଦିର
ସାର୍ଥକ -ଜୀବନ ହେ କରି ଦିଅ ମୋର
ନାମ ହୃଦେ ଗୁଞ୍ଜୁ ପ୍ରଭୁ ତୋର
ଇଚ୍ଛା ପୂର୍ଣ୍ଣ କରହେ ଠାକୁର ।
