STORYMIRROR

DEEPALI JENA

Tragedy

4  

DEEPALI JENA

Tragedy

ଉତ୍ତର ଅପେକ୍ଷାରେ

ଉତ୍ତର ଅପେକ୍ଷାରେ

1 min
385

ପଛକୁ ବୁଲି ଥରେ ଦେଖ 

ବଞ୍ଚିଚି ଯାହା ତୁମ ସ୍ମୃତି କୋଳେ ଧରି 

କେବେ ଥରେ ଆସି ଛୁଇଁଦିଅ 

କାଳେ ଏ ପାଷାଣି ଅହଲ୍ୟା ଜୀବନ ପାଇବ 

ତୁମେ ଯାଇଚ 

ତୁମସାଥେ ଚାଲିଯାଇଚି ଅଭିମାନୀ ଜନ୍ହ 

ଆଉ ହସୁନି ମୋ ଝରକା ସେପାଖ ଗୋଲାପ କଢି 

ଥଟ୍ଟା ଯାହା କରୁଚି ପବନ ।


ଏବେ ତୁମେ ଛାତ ପକଉ ଥିବ 

ଆଉ କାହା ସ୍ଵର୍ଣ୍ଣ ମହଲରେ 

ପୁଣି ଥରେ ସଜାଡି ନବ ନିଜ ଜୀବନକୁ 

ହେଲେ ପ୍ରତିଥର ମୁଁ ଅସଜଡା ତୁମବିନା

ତୁମେ ଚାଲିଗଲା ପରେ ମୁଁ ଆଉ ବଢିନି ଆଗକୁ 

ତୁମେ ଯେ ଆଜି ଆକାଶ ଛୁଇଁଛ 

ଆଉ କି ଫେରିବ ଏ ମାଟିକୁ 

ବସନ୍ତ ବି ଆସିନି ଏ ଜୀବନେ 

ଖାଲି ଜାହା ବୈଶାଖ ର ତାତି ।


ଅବସର ମିଳିଲେ ଫେରିବ ଥରେ 

ଭାବିବନି ତୁମକୁ ବଶ କରିଦେବି 

ବାସ୍ ଏକାନିଶ୍ଵାସେ ଏ ପାଗେଳିର 

ଅଭିଯୋଗ ଶୁଣେଇବି

ଭୟ କରନି, ବାଦ କରିବିନି ମୋ ଶଉତୁଣି ସହ 

ସେ ସିନ୍ଦୂର ନାଇ ସୁନ୍ଦର ଦିଶୁ

ଫୁଲେଇ ହଉ ଠିକ୍ ମୋ ଭଳି 

ତୁମ ବାହୁ ବନ୍ଧନରେ 

ଖାଲି ଯା ଉତ୍ତର ଦେଇଯିବ 

ମୁଁ ତୁମର ମନେପଡେ କି ନାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy