Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyabati Swain

Tragedy

4  

Satyabati Swain

Tragedy

ପୁରସ୍କାର

ପୁରସ୍କାର

1 min
257



କେତେବେଳେ ଚା ପତି

ଫୁଟେ କ୍ଷୀର ବା ପାଣିରେ

କେତେବେଳେ ଗରମ ତେଲ କଡେଇର ଫୁଟଣ

ଓଢଣୀ ହୁଏ 

ଫୁଲଦାନୀ ଫୁଲ 

ବୈଠକ ଘର ଶୋଭା

କୋଲଡ଼ ଡ୍ରିଙ୍କସ୍ ହୁଏ 

ଶୋଷ ମେଣ୍ଟାଇ ।



ଗୀତ ହେଲି ସାଥ ଦେଲି

ତାର ହେଲି ସୁର ଦେଲି

ସ୍ରଷ୍ଟା ହେଲି

ସୃଷ୍ଟି କଲି

ତେବେ ବି

ମୁଁ କିଏ ଜାଣି ନ ପାରିଲି !


କୋମଳ ହୃଦ

ପଥର କଲି

ତଥାପି ପଦ୍ମ ଫୁଟାଇବା

ଚେଷ୍ଟାରୁ କଣ ବିରତ ହୋଇଛି!


ସଜାଡ଼ିଲି

ସାଇତି ରଖିଲି

ଗଢିଲି

ବଢାଇଲି

କିନ୍ତୁ ନିଜେ ଖଣ୍ଡ ଖଣ୍ଡ ହେଲି !


ଶେଷରେ ନିଜକୁ

କେଉଁଠି ପାଇଲି !

ଜରାଶ୍ରମ 

ମୋ ପୁରସ୍କାର।





Rate this content
Log in