Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Ranjan Mohanty

Tragedy

4.5  

Smruti Ranjan Mohanty

Tragedy

ଯାତ୍ରା-25

ଯାତ୍ରା-25

1 min
265



ବାପା


କିଛି ଦେଇନି ତମକୁ ଅବା କି ଅର୍ପିବି 

ଯାହା ପାଶେ ଜୀବନସାରା ହାତ ପତେଇଲି

ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ ଦୁଇ ହାତ ଟେକି ?


ଭାବେ କେବେ କେବେ କିଛି ଅର୍ପଣ କରିବାକୁ ,

ପ୍ରଳମ୍ବିତ ହାତ-

ସନ୍ତର୍ପଣ ସଂକୋଚରେ ଫେରିଆସେ ପଛକୁ;

ବାପା!! କାଳେ ତୁମେ କ'ଣ ଭାବି ବ ନି ତ !


ତମ ଛାଇ ତଳେ-

ନିଘୋଡ଼ ନିଦରେ ନିଜକୁ ହଜେଇଥିବା

ଅକିଞ୍ଚନ,ମୁଢ଼ ମଣିଷଟିଏ ମୁଁ-

ଭୁଲି ଯାଇଥିଲି-

"ଛାଇ ଛାଇ ଖୋଜେ

ଶାନ୍ତିରେ ନିଶ୍ୱାସ ମାରିବାକୁ !


ତମ ନଭାଶ୍ଚୁମ୍ବୀ ବ୍ୟକ୍ତିତ୍ୱ ପାଖରେ 

ନିଶବ୍ଦ ହେଇଯାଇ ଥିବା ମୁଁ

ପାରୁନି ଭାବି:

"ଆକାଶ କି ସତେ ଖୋଜେ ମାଟି-ସ୍ପର୍ଶ,

ଇପ୍ସିତା ଜହ୍ନ ଲୋଡ଼େ ପାପୁଲିର ନିବିଡ଼ ଆଶ୍ଲେଷ !


ମନକୁ ବୁଝାଏ,

କଣବା ମୁଁ କରି ପାରିଥାନ୍ତି?

ମୁଁ, ମୋ ସ୍ଥିତି, ଅବସ୍ଥିତି,

ମୋ ଚାରିପାଖ ପୃଥିବୀ

ସବୁତ ତମ ଅତୀତର କର୍ମ ଭୂମି:

ସବୁକିଛି ତୁମ ତମ ସାଧନାର ମନ୍ଦାକିନୀ।


କ୍ଷୁଦ୍ର ଏକ ଖୋଦ୍ୟୋତ ମୁଁ;

ସୂର୍ଯ୍ୟକୁ ଆଲୋକିତ କରିବାର ଧୃଷ୍ଟତା ନଥିଲା,

ନଥିଲା ସ୍ୱର୍ଗକୁ ନିଶୁଣି ବାନ୍ଧିବାର ଆସ୍ପର୍ଦ୍ଧା ;

ଅବସୋସ ରହିଗଲା କେବଳ

ସରାଗରେ ଆଞ୍ଜୁଳାଏ ପାଣି ଟେକି ପାରିଲିନି,

ଅହରହ ଜାଳିପାରିଲିନି -

ପ୍ରେମ ଆଉ ପ୍ରତ୍ୟୟର ଦୀପଟିଏ ହେଇ,

ତମ ସୂର୍ଯ୍ୟାସ୍ତରେ ନିରବ ସାଥିଟିଏ ହୋଇ।




Rate this content
Log in

Similar oriya poem from Tragedy