STORYMIRROR

Smruti Ranjan Mohanty

Others

4.3  

Smruti Ranjan Mohanty

Others

ଆଉ ଥରେ

ଆଉ ଥରେ

1 min
42.6K


ଆକାଂକ୍ଷାର ଯଜ୍ଞ ବେଦୀରେ

ମୋ ଆଖିରେ ଟୋପା ଟୋପା ଲୁହ

ତଥାପି କହୁଛ ଦେଖିବାକୁ ସ୍ୱପ୍ନ.....

 

କି ସ୍ୱପ୍ନ ଦେଖିବ ବନ୍ଧୁ

ଯେଉଁଠି ବାସ୍ତବତାର ମୁଠାଏ ଭାତ

ଆଉ ଟିକିଏ ଲୁଣ ସ୍ୱପ୍ନ ହୋଇଯାଏ....

ପାରିବ ଯଦି

ଦିଅ ଟିକେ ଜାଗା

ତମ ଜୀବନ ପାନ୍ଥଶାଳାରେ,

ଦିଅ ମୋତେ ଫେନୀଳ ମଦ୍ୟ

ଚେଙ୍ଗିଜ୍ ଖାଁର ଲାଲ୍ ଆଖି ଆଉ

ଅସରନ୍ତି ସ୍ୱାର୍ଥର ସୀମାହୀନ ପଟୁଆର

ପାରିବ ଯଦି ଦିଅ ଟିକେ ନିଦ

ତୁମ ସହରର ନିବୁଜ ଗଳିରେ

ଦେଖିବାକୁ ସ୍ୱପ୍ନ ଏକ ନୂତନ ସନ୍ଧ୍ୟାର......

ଯଦି ପାର ଦେଇ ଦିଅ ମୋତେ

ତୁମ ମେଞ୍ଚାଏ ସ୍ୱାର୍ଥରୁ ଟିକିଏ,

ମୁଁ ଦେଖିବି ସ୍ୱପ୍ନ

ଅସରନ୍ତି ଜୀବନ ଆଉ ଅଖଣ୍ଡ ପୌରୁଷର

ଗଢିଦେବି ଆଶାର ତାଜ୍

ଜୀଇଁଥିବା ମଣିଷର ଶବର ମଶାଣିରେ...........

 

ଆଉ ଥରେ ଭାବି ଦେଖ

ଜୀବନର ମାନେ କଣ ସ୍ୱାର୍ଥ ହିଁ କେବଳ...

ଇର୍ଷା ଆଉ ଅହମିକାର ନଗ୍ନ ସମାହାର....

ଅନ୍ୟକୁ ହରାଇ ନିଜେ ବଞ୍ଚିବାର ଅଖଣ୍ଡ ପ୍ରୟାସ....

ସୀମାହୀନ ତୃଷ୍ଣାର ସାଗର ନା ଆଉ କିଛି???

 

ଥରେ ଦେଖିନିଅ

ସ୍ୱର୍ଣ୍ଣ ପିପାସୁ ମାମୁଦର ଖାଲି ହାତ

ଆଉ ଭଗ୍ନ ଗଜନୀର ଇତିହାସ

ସେମାନେ ସବୁ ଚାଲିଗଲେ

ଯେଉଁମାନେ ଭାବିଥିଲେ

ଏ ପୃଥିବୀଟା କେବଳ ତାଙ୍କର...........

ମୁଁ ଯିବି

ତୁମକୁ ବି ଯିବାକୁ ହେବ ସେଇଠାକୁ

ଦେଖାହେଲେ କହିବ

କଣ ନେଇଗଲ????


రచనకు రేటింగ్ ఇవ్వండి
లాగిన్

More oriya poem from Smruti Ranjan Mohanty