STORYMIRROR

Smruti Ranjan Mohanty

Others

4  

Smruti Ranjan Mohanty

Others

ମୁଁ ଆଉ ମୋ ସ୍ବପ୍ନ

ମୁଁ ଆଉ ମୋ ସ୍ବପ୍ନ

2 mins
505

ଦୀର୍ଘ ପଚିଶ ବର୍ଷ ପରେ


ଆଉ ଏକ ଗପ


    ମୁଁ ଆଉ ମୋ ସ୍ବପ୍ନ 


ଝାଟିମାଟିର କାନ୍ଥ

ନୁଆଁଣିଆ ଚାଳ ଘର

ତା ଭିତରେ ମୁଁ, ବାପା, ମା ଆଉ ଭଉଣୀ  

ଚାଳ ଫାଙ୍କରେ ତତଲା ସୂର୍ଯ୍ୟ, ଟୋପା ଟୋପା ମେଘ 

ଆଉ ମେଞ୍ଚା ମେଞ୍ଚା କାକର

ଓଦା ମାଟି ଆଉ ଧୂଆଁର ଗନ୍ଧରେ ମୁଁ ସ୍ବପ୍ନ ସାଉଁଟେ 

ଥର ଥର କଡା ଲେଉଟାଏ  

ଆକାଶକୁ ଦେଖେ, ଦେଖେ ଝିଲମିଲ କରୁଥିବା ତାରା ମାନଙ୍କୁ

ଜହ୍ନକୁ ହାତ ବଢାଏ

ସତରେ ଜହ୍ନଟା କି ସୁନ୍ଦର, କି ସୁନ୍ଦର ତାର ରୂପେଲି ଆଭା


ଆମ ଗାଁଟା ମତେ ନୂଆ ନୁଆ ଲାଗେ 

ରାସ୍ତାରେ ନୁଆ ହେଇ ବସିଥିବା ମାଇଲ ଖୁଣ୍ଟ ମାନଙ୍କୁ ଆଶ୍ଚର୍ଯ୍ୟ  ହେଇ ଦେଖେ 

ଦଉଡେ ଅଣନିଶ୍ୱାସୀ ହେଇ, ଝୁଣ୍ଟି ପଡେ, ପୁଣି ଉଠେ

ଦଉଡେ ଗୋଟାଏ ପରେ ଗୋଟାଏ ମାଇଲ ଖୁଣ୍ଟ ଟପି ଚାଲେ

ପଛରେ ରହିଯାଏ ମୋ ଝାଟିମାଟିର ଘର

ମୋ ମା ର ଶାଗ ଭଜା ଆଉ ପଖାଳ, ବାପାଙ୍କ ହାଡୁଆ ମୁହଁ,

ଭଉଣୀର ନିସ୍ତେଜ ଚାହା୍ଣି

ପ୍ରାଚୁର୍ଯ୍ୟର ନିଶାରେ ମୁଁ ଝୁଲୁଥାଏ 

ମୋ ଆଖି ଆଗରେ ରୁପା ଜହ୍ନ, ସଫଳତାର ସିଡ଼ି

ଆଉ ଧାଡି ଧାଡ଼ି ହେଇ ଲମ୍ବିଯାଇଥିବା ମାଇଲ ଖୁଣ୍ଟ

ପଛକୁ ଫେରିବାକୁ ନା ଥାଏ ସମୟ ନା ବ୍ୟାକୁଳତା


ମୁଁ ଖାଲି ଦଉଡୁଥାଏ

ଭାବେ ଦଉଡିବା, ଆକାଶରୁ ତରଫୁଲ ସାଉଣ୍ଟିବା ହିଁ ଜୀବନ 

ଜୋରରେ ଦଉଡେ, ଜହ୍ନକୂ ଛୁଇଁଵି, ଶେଷ ମାଇଲ ଖୁଣ୍ଟକୂ

ପଛରେ ଛାଡି ସେଇଠି ପହଂଚିବି ଯେଉଁଠି କେହି ନଥିବେ ଖାଲି ଥିବି ମୁଁ ଆଉ ମୋର ସ୍ବପ୍ନ


ଦେହ ଥକିଯାଏ ତା ସହ ମନ 

ନିସ୍ତବ୍ଧ ଶରୀର ନିଶବ୍ଦରେ ତାର ଗଣୁଥାଏ

କାହିଁ କେତେ ଦୂରେ ଜହ୍ନ ଲୁଚି ଯାଇଥାଏ 

ବାଦଲର ଓଢଣା ତଳେ

ସହ ସହ ମାଇଲ ଖୁଣ୍ଟ ହାତ ଠାରି ଡାକୁ ଥାନ୍ତି

ମୁଁ ଖାଲି ମତେ ଦେଖୁଥାଏ

ଦେଖୁଥାଏ ମୋ ପାଖରେ ଗୁଣୁଗୁଣୁ କରୁଥିବା

ଅର୍ଥହୀନ ପ୍ରାଚୁର୍ଯ୍ୟକୁ, ବୃଥା ପ୍ରଶଂସା ଆଉ ସ୍ୱୀକୃତିକୁ

ସୀମାହୀନ ଅବଶୋଷ ଭିତରେ ବୁଡ଼ିଯାଇଥିବା ମୁଁ ଆଉ ମୋର

ଅନ୍ତରାତ୍ମା ପଛକୁ ଫେରେ ମୁଠାଇ ଧରିବାକୁ ସେଇ ଭିଯା ମାଟିକୁ ଯେଉଁଠି ମୁଁ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଶିଖିଥିଲି

ପାଇଥିଲି ନିଃସର୍ତ୍ତ ଭଲପାଇବାର ସ୍ପର୍ଶ, ଅମରାବତୀର ବିଭବ  


ମୁଁ ଦେଖୁ ଥିଲି ମୋ ବାପାମାଙ୍କ ସ୍ବପ୍ନର ଫସିଲ ଆଉ ଭଉଣୀର

ଟୋପା ଟୋପା ଲୁହ ଉପରେ ଛିଡା ହେଇଥିବା ରାଜ ଉଆସ ଭଳି ସେଇ ପ୍ରାସାଦକୁ

ପିଠି ଆଉଁସି କିଏ କହୁଥିଲା ବହୁତ ଡେରି କରିଦେଲୁ

ମୋ ବାପାମାଙ୍କ ଲହୁ, ମୋ ଭଉଣୀର ଅନାବିଳ ଭଲ ପାଇବା ସବୁ ମୋ ଆଖିରୁ ଲୁହ ହୋଇ 

ବହି ଯାଉଥିଲା

କିଛି ଜାଣିବା ପୂର୍ବରୁ ମୁଁ ନିଃସ୍ବ ହେଇଯାଥିଲି  

ସମ୍ପୂର୍ଣ ନିଃସ୍ଵ

ନା ମୋ ପାଦ ତଳେ ମାଟି ଥିଲା 

ନା ମୁଣ୍ଡ ଉପରେ ଆକାଶ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍