STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଡ଼ାକ ଶୁଣ ହେ କାଳିଆ

ଡ଼ାକ ଶୁଣ ହେ କାଳିଆ

1 min
288


ପରିସ୍ଥିତି ବଳେ ବିଛିନ୍ନ ଆମେରେ

ପରା ଆମ ସିଂହଭୂମି 

କାର ନିର୍ଦ୍ଦେଶନେ କରିଲେ ବିଚ୍ଛିନ୍ନ

ଭାଷା ଶୂନ୍ୟ ଆଜି ଭୂମି !!

         

ଅତି ସେ ଯନ୍ତ୍ରଣା ଅତି କଷ୍ଟକର 

ଅଛୁ ଭାଗ୍ୟକୁ ଆଦରି     

ଦୁର୍ଦ୍ଦଶା ଏଠାର କିଏସେ ବୁଝିବ

ଚିନ୍ତା ନାହିଁଁ ଟି କାହାରି !! 


ପ୍ରଭୁ ଜଗନ୍ନାଥ ହେ ଚକାନୟନ

ଚାହିଁ ଦିଅ ନେତ୍ରେ ଥରେ ୍

ତୁହିରେ କାଳିଆ ଭରି ଦିଅ କଳା 

ଶିକ୍ଷା ମାତୃଭାଷା ଯାରେ !!


ଅମୃତ କାଳର ଗୁଞ୍ଜନ ଦେଶରେ

ଶିକ୍ଷା ନୀତି ନୂଆ ପୁଣି

କର୍ତ୍ତବ୍ୟେ ଭୂଷିତ ଦେଶର ପ୍ରଧାନ

ଶିକ୍ଷା ନୀତି ଦେଲେ ଜାଣି !!


କଲେ ସେ ଆଗୁଆ ଶିକ୍ଷା ମାତୃଭାଷା 

ଦେଲେ ଅଧିକାର ଜନେ

ପରା ସିଂହଭୂମି ଓଡ଼ିଆ ଙ୍କ ଭୂମି

ନାହିଁ ଭାଷା ଶିକ୍ଷା ଧ୍ୟାନେ !!


ବ୍ୟଥିତ ଓଡ଼ିଆ ପାଇଁ ମାତୃଭାଷା

ଶିକ୍ଷା ମନ୍ତ୍ରୀ ଯେ ଓଡ଼ିଆ 

ଧ୍ୟାନ କିମ୍ପା ନାହିଁ ହେ ଜଗା ଠାକୁର?

ଧର୍ମେନ୍ଦ୍ର ପ୍ରଧାନ ନାଆଁ !!


ସବୁତ ଜାଣନ୍ତି ଦୁର୍ଦ୍ଦଶା ଆମର

ଓଡ଼ିଆ ଶିକ୍ଷକ ନାହଁ

ବହିର ମୁଦ୍ରଣ ନ ହୁଏ ଏଠାରେ

ଶିକ୍ଷାର ଦୁର୍ଦ୍ଦଶା ଯହିଁ !!


ଅମୃତ ଏ କାଳ କିପରି କ ହି ବା

ତୁହିତ କାଳିଆ ଜାଣୁ

ଶିକ୍ଷାର ନିମନ୍ତେ ବ୍ୟଥିତ ଓଡ଼ିଆ 

ଅତି ହୀନିମାନ ଏଣୁ !!


ଭରସା ରହିଛି ନିକଟେ ତୋହର

ଅନାଦି ଅନନ୍ତ ତୁହି

ତୁହି ନ ଦେଖିଲେ ଆଉ କେ ଦେଖିବ

ସବୁତ ଦାଇତ୍ୱ ବହୁ !!


ମନ ଉଦବେଗ ହୃଦୟେ ଯନ୍ତ୍ରଣା

ଉତ୍କଳ ର ଧ୍ୟାନ କାହିଁ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ହେଲେ ହେଁ ଓଡ଼ିଆ

ଓଡ଼ିଆ ଙ୍କ ଧ୍ୟାନ ନାହିଁ !!


କ୍ରନ୍ଦନ ନ ଶୁଭେ ବିଚ୍ଛିନ୍ନାଞ୍ଚଳର

ଝରୁ ଅଛି ଅଶ୍ରୁ ଲୁହ

ଭାଷା ଶିକ୍ଷା ନାହଁ ଓଡ଼ିଆ ଙ୍କ ପାଇଁ 

ଓଡ଼ିଆ ଦୁର୍ଦ୍ଦଶା କୋହ !!


ତୁହି ହିଁ ଆରାଧ୍ୟ ହେ ଚକାନୟନ

ବିଚ୍ଛିନ୍ନାଞ୍ଚଳ ଟି ଯହିଁ 

ଓଡ଼ିଆ ଙ୍କ ଭୂମି ହେ ଜଗାକାଳିଆ

ମାତ୍ର ହିଁ ଭରସା ତହିଁ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy