STORYMIRROR

Sarmistha Palai

Tragedy

4  

Sarmistha Palai

Tragedy

କେଉଁଠି ହଜିଲା

କେଉଁଠି ହଜିଲା

1 min
288


ତୁମକୁ ପଚାରୁଛି କହିପାରିବ କି?

କୋଉଠି ହଜିଲା ସେ' 

ବିଜନ ବେଳାର ରାତି ଦିନ?


ଦିନ ଆସୁଛି ଦିନ ଯାଉଛି

ରାତି ଆସୁଛି ରାତି ଯାଉଛି

ହେଲେ ମୋ' ପାଇଁ..ସେ' ଦିନ ରାତି

ଯେମିତି ସମାନ ହୋଇଯାଇଛି।


ମୋ' ପାଇଁ ବ୍ୟସ୍ତ ହୋଇ ପଡୁଥିବା ମଣିଷ ଟି'

କୋଉଠି ହଜି ଗଲା କହି ପାରିବ କି?

ରାତି ତା' ପଥରେ ଠିକ୍ ମପକାଠିରେ ଚାଲିଛି

କିନ୍ତୁ ତୁମେ କାହିଁକି? ପଥ ବଦଳେଇ ଦେଲ?


କେମିତି ଲିଭି ଗଲା ସେ' ପ୍ରତିଶ୍ରୁତି

ଯାହାକୁ ତୁମେ ଦିନେ ଲେଖି ଦେଇ ଥିଲ

ଏଇ ମୋ' ହୃଦୟ ଖାତାରେ

ମୁଁ' ତ' ସାଇତିକି ରଖିଥିଲି

କିନ୍ତୁ ତୁମେ ତାକୁ ଛଳନାରେ ଲିଭେଇ ଦେଲ।


ଆଜି ବି' ନିଶିର ଘୋର ଅନ୍ଧକାରେ

ଆଖି ପଲକରେ ଆସିଯାଏ

ସେହି ସ୍କୃତି ଗୁଡାକ ପଥ ହୁଡ଼ି।

ଆଉ ପ୍ରତିଦାନରେ ଦେଇ ଯାଏ

ଅସରନ୍ତି ଲୋତକର ବନ୍ୟା।


ତୁମେ ସିନା ତାକୁ ସ୍ମୃତି କରି ରଖିଦେଲ

ହେଲେ ଜାଣିଛ କି' ନାହିଁ

ମୁଁ' ନା' ତାକୁ ଅତୀତ, ବର୍ତ୍ତମାନ, ଭବିଷ୍ୟତ

କରିକି ନିତି ସାଇତିକି ରଖିଛି

ନହେଲେ ମୁଁ' ବଞ୍ଚିବି କେମିତି ।


କିନ୍ତୁ ଏ' ଅଝଟ ମନ

ବେଳେବେଳେ ଏତେ ଅଝଟ ହୁଏ ଯେ'

ପୁଣି ଅତୀତକୁ ଫେରିବାକୁ ଚାହେଁ।

ହେଲେ ମୁଁ' ତାକୁ କୁହେ....

ଅତୀତ କେବେ ଫେରେ ନାହିଁ

କେବଳ ଛାଡି ଦେଇ ଥିବା

ତା' ପାଦ ଚିହ୍ନକୁ ଦେଖି ଦେଖି

ମଣିଷକୁ ମରି ମରି ବଞ୍ଚିବାକୁ ପଡେ।


ଆଜି ବଞ୍ଚିଛି ସତ

କିନ୍ତୁ ନାହିଁ ଏ' ଆଖିରେ ସ୍ୱପ୍ନ

ନାହିଁ ମନରେ କିଛି ଆଶା

ନାହିଁ ଆଉ ପ୍ରେମ ଉପରେ

ବିଶ୍ୱାସ ଓ ଭରଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy