ଅସଲି ନକଲି
ଅସଲି ନକଲି
କୁଆଁରି ସାଜିଛି ସାବତ ବୋଉ
ସଉତୁଣୀ ଛୁଆ ପାଳୁଛି
ସୁଆଗ ବଚନ ସ୍ବାମୀକୁ କହଈ
ପଛେ ଛୁଆକୁ ତନ୍ଟିଆ ମାରୁଛି ।
ଆତ୍ମ ଗର୍ବ ଅହଂକାର ବଳେ
ତିଳ କୁ ତାଳ ମଣୁଛି ,
ସ୍ବାମୀ ଆଗରେ କୁଟ ଯେ ଜଣା ନ ପଡିବ,
ଚାମଚା ଗୁଡାଏ ପୋଷିଛି ।
ଅନ୍ନପୂର୍ଣା ଭଳି ସଜାଇ ନିଜକୁ
ଅଯୋଗ୍ୟ ହୋଇ ଯୋଗ୍ୟ ପାହ୍ୟା ଲଭିଛି ।
ନିଜ ଉଦର ଭରିବାକୁ ଯାଇ
ପର ଅନ୍ନ ଶୋଷି ଉଦରସ୍ଥ କରୁଛି ।
ଘୋର କଳି ଟାଉଟର ବେଳ ଚାଲିଛି ।
ସତୀ କୁ ଚକୁଡି ଅସତୀ ଟା ଆଜି
ସତୀ ସାବିତ୍ରି ପରା ବୋଲାଉଛି ।
ସଉତୁଣୀ ଛୁଆ ପାଳୁଛି ।
ଭୟରେ ଯେସନ ରାବଣ ପୂଜା ପାଏ
ସେଭଳି ପୂଜା ଅସତୀ ପାଉଛି ।
ଅନ୍ତରଗର୍ଭ ରୁ ରାମ ପୂଜିତ ସଦା
ସତୀ ସେମିତି ମର୍ଯାଦା ଲଭୁଛି ।
କୁଆଁରୀ ସିଜୀଛି ସାବତ ବୋଊ ,
ସଉତୁଣୀ ଛୁଆ ପାଳୁଛି
ସତୀ ବୋଲାଇ କୁକର୍ମ କରି
ଚାଲାକ୍ ନିଜକୁ ଭାବୁଛି।
ଅସତୀ ସତୀ ଅଭିନୟ ଟୀ
ଦାଣ୍ଡରେ ପଡ଼ି ହାଟରେ ଗଡୁଛି।
କୁଆଁରୀ ସାଜିଛି ସାବତ ବୋଉ
ସଉତୁଣୀ ଛୁଆ ପାଳୁଛି ।
