STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଆମେ ବାମପନ୍ଥୀ

ଆମେ ବାମପନ୍ଥୀ

1 min
225

  

  ଆମେ ବାମପନ୍ଥୀ

   ଆମ ବାମ ଆଦର୍ଶ ଆଜି

   ସମାଜର ସାଜିଛି ପରିପନ୍ଥୀ

  ନାହିଁ ଆମ ଆଦର୍ଶ ନାହିଁ ଆମ ନୀତି

   କହୁଛେ କେବଳ ଆମେ ବାମପନ୍ଥୀ ।


   ବାମ ଆଦର୍ଶକୁ ଭୁଲି

   ଆମେ ସାଜିଛେ ସ୍ଵାର୍ଥୀ

   ନାହିଁ ନୈତିକତା ନାହିଁ ଆମ ନୀତି

   ନାହିଁ ଆମ ଠାରେ ମାର୍କସଙ୍କ ନୀତି

   ନାହିଁ ଆମ ଠାରେ 

   ଏଞ୍ଜେଲସ୍ ଙ୍କ ପାଶେ ଭକ୍ତି

   ଭାଷଣ ମାଧ୍ୟମେ 

   ସାମାଜିକ ଗଣ ମାଧ୍ୟମେ

    ରଖୁଛେ କେବଳ ଆମ ଉକ୍ତି

   ଅନ୍ୟାୟ କରିବା ଠାରୁ

    ଅନ୍ୟାୟକୁ ସହ୍ୟ କରି

    ବୃଦ୍ଧି କରୁଛେ ପୁଞ୍ଜିବାଦ

   ସୃଷ୍ଟି କରୁଛେ ସମାଜେ ପୁଞ୍ଜିପତି

     ଖାଲି ଦେଖାଇ ହେଉଛେ

     ଆମେ ବାମପନ୍ଥୀ ।


   ଗଣତନ୍ତ୍ର ର ହତ୍ୟାକାରୀ

    ଯେତିକି ଦୋଷୀ ନୁହଁନ୍ତି

    ତାଙ୍କ ଠାରୁ ବେଶୀ ଦୋଷୀ

     ଆମେ ସବୁ କି ନୁହଁନ୍ତି

   ସାମ୍ୟବାଦ ସମାଜବାଦ ର

    କଥା କହି ଏତେ ଦୋକାନ

    କାହିଁକି ବାମଦଳ ଗଢନ୍ତି

    ସତେ କ'ଣ ଆମେ ବାମପନ୍ଥୀ

   ନା ସାମନ୍ତବାଦ ର ମୁଖା ତଳେ ରହି

   ନିଜକୁ ଦେଖାଇ ହେଉଛେ

   ଆମେ ବାମପନ୍ଥୀ ?

 

   ଯଦି ଶୋଷିତ ଦଳିତଙ୍କ

   ଆମେ ଚାହୁଁ ମୁକ୍ତି

   କାହିଁକି ଆମ ମଧ୍ୟେ ଏତେ ବିଭକ୍ତି

   କ୍ଷମତା ରାଜନୀତିରେ 

      କାହିଁକି ଆମ ଆସକ୍ତି

    ମୁକ୍ତି ଆନ୍ଦୋଳନେ ରଖି ମତି

     ଖଟିଖିଆ ମଜୁରିଆ 

    କୃଷକ ଶ୍ରମିକ ଶ୍ରେଣୀ ପାଇଁ

    ଯଦି କାନ୍ଦୁଛି ଆମ ଛାତି

    ତେବେ କହିବା ଆମେ

    ଆମେ ହିଁ ସଚ୍ଚା ବାମପନ୍ଥୀ ।


  ଶ୍ରେଣୀ ସଂଘର୍ଷ କୁ ଦୂର କରି

  ସମାଜୁ ହଟାଇ ପୁଞ୍ଜିବାଦ ନୀତି

  ଆସ ଆସ ଲଢେଇ ମାଧ୍ୟମେ

  ଗଢିବା ସାରା ବିଶ୍ଵେ ସାମ୍ୟବାଦ

   ଗଢିବା ସମତା ମମତା ନୀତି

   ତେବେ ସମଗ୍ର ବିଶ୍ଵେ

    ଗଣତନ୍ତ୍ର ସାମ୍ୟବାଦ ରେ

    ଗଢି ଉଠିବ ପ୍ରକୃତ ପ୍ରଜାତନ୍ତ୍ର

   ନିରୀହ ପ୍ରଜାଙ୍କର ତେବେ ହେବ ମୁକ୍ତି

     ସେ ପାରିରେ ରହି

   ମାର୍କସ ଏଞ୍ଜେଲସ୍ ପାଇବେ ଶାନ୍ତି

   ତାଙ୍କ ସ୍ଵପ୍ନର ସାମ୍ୟବାଦ ର 

    ହୋଇଛି ପ୍ରଗତି

   ତା ପରେ ଗର୍ବରେ ଆମେ କହିବା

   ଆମେ ଗଣତନ୍ତ୍ର ରକ୍ଷାକାରୀ

    ଆମେ ପ୍ରକୃତ ବାମପନ୍ଥୀ ।

    

    


   


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract