STORYMIRROR

Sarmistha Palai

Tragedy

4.5  

Sarmistha Palai

Tragedy

ସମ୍ପର୍କ ସଉଦା

ସମ୍ପର୍କ ସଉଦା

1 min
364


ନିତି ଗଢ଼ା ହୁଏ ସପନ ସହର

  ନିତି ପୁଣି ଭଙ୍ଗା ହୁଏ

ସମ୍ପର୍କଟା ଏଠି କ୍ଷଣିକ ମାତର

  ତାକୁ ବା' ବୁଝୁଛି କିଏ ।


ସମ୍ପର୍କର ଜନ୍ମ ମଧୁରୁ ହୋଇଣ

  ବିଷରେ ହୁଅଇ ଶେଷ

ନିଶ୍ୱାସ ରଜ୍ଜୁ ଟି' ସୂତା ଖିଅ ହେଲେ

  ମନେ ଆସେ ଅବସୋସ ।


ସମ୍ପର୍କର ମାନେ ଯିଏ ବୁଝି ଥାଏ

  ଝଡ଼ ଝଞ୍ଜା ସବୁ ସହେ

ସମ୍ପର୍କକୁ ଯିଏ ଖେଳଣା ଭାବେ ଟି'

  ନଦୀ ଜଳ ପରି ବହେ ।


ମିଛ ମାୟା ଏହି ସଂସାର ବୁକୁରେ

  କେହି ନୁହେଁ ତ' କାହାର

ଆଜି କୋଳାହଳ ଆନନ୍ଦ ମୁହୂର୍ତ୍ତ

  କାଲି ଶୁଭେ ହାହାକାର ।


ରକତ ହେଉନି ରକତର ଯେବେ

  ଅନ୍ୟଠୁ ଆଶା ନ' କର

ସମୟକୁ ଦିନେ ସଉଦା କରିବେ

  କେତେ ନେଇଛ ତାଙ୍କର ।


କଷି

ହୁଏ ନାହିଁ ଜୀବନ ଗଣିତ

  ଭାରି କଷ୍ଟିଆ ସେ' ପାଠ

ଥରେ କଷି ଦେଲେ ଅଙ୍କା ବଙ୍କା ଅଙ୍କ

  ସମ୍ପର୍କରେ ହୁଏ ଫାଟ ।


ଯାହା ଭାଙ୍ଗି ଯାଏ ଯୋଡି ହୁଏ ନାହିଁ

  ପଡି ରୁହେ ଅବଶେଷ

ଅତୀତ ନଭରୁ ଚାନ୍ଦ ଉଇଁଲେ ବି'

  କଇଁର ମେଣ୍ଟେନା ଶୋଷ ।


ବୋହିଗଲା ପାଣି ଫେରି ତ' ଆସେନା

  ଫେରେ ନାହିଁ ଯଉବନ

ବିତିଲା ଜାମିନୀ ମଉଳା କାମିନୀ

  କରେ ନାହିଁ ଅଭିମାନ ।


ଝଡି ଝଡି ଯାଏ ମଜ୍ଜାରୁ ମାଉଁସ

  ସମ୍ପର୍କକୁ ଭେଟି ଦେଇ।

ତଥାପି ସେଥିରେ ମନ ଭରେ ନାହିଁ

  ଜୀଅନ୍ତା ଚିତାରେ ଥୋଇ ।


ସମ୍ପର୍କର ଅର୍ଥ ବଡ଼ ଯେ' ଗଭୀର

  ନୁହେଁ ବାଲି, ମାଟି, ଘର

ଯେତେ କାଟିଲେ ବି' ଶବ୍ଦ କରେ ନାହିଁ

  ଭାବିକି ଅତି ନିଜର ।


Rate this content
Log in

Similar oriya poem from Tragedy