ବିବାହ
ବିବାହ

1 min

302
ଇଚ୍ଛା ଥିଲା ,
କିଛି ତୋର
କିଛି ମୋର ଇଚ୍ଛା ....
ସେ ଇଚ୍ଛା ଥିଲା
ତୋ କଣ୍ଢେଇ ସହ
ମୋ କଣ୍ଢେଇର
ବିବାହ .......।
କେବେ ତୁ ତୋ କଣ୍ଢେଇକୁ
ବର ସଜେଇ ଦେଉ ,
କେବେ ...
ମୁଁ ସଜେଇ ଦିଏ ମୋ କଣ୍ଢେଇକୁ
କନିଆଁ ......।
ଭାବନା ଭିତରେ
ସଜା ହୁଏ ଫୁଲ ହାର ,
ସଜ ହୁଏ ବେଦୀ
ସଜ ହୁଏ ହୋମ କୁଣ୍ଡ ....।
ଆଉ କିଛି ସମୟ ପରେ
ମାଡି ଆସେ ବର୍ଷା ,
ଧୋଇ ଯାଏ ସବୁ ଭାବନା ,
ଧୋଇ ଯାଏ
ତୋର ମୋର କଣ୍ଢେଇର ବାହାଘର ।