ମୃତ୍ୟୁ
ମୃତ୍ୟୁ


ଜୀବନ ପାଖରେ ନଯାଇ ହାରି,
ଭାସି, ଭାସି ଦିନେ ସମୟ ସ୍ରୋତରେ,
ଚାଲିଯିବି ଆରପାରି...........
ମୁଁ ଚାଲିଯିବି ଆରପାରି।
ଚାରିପାଖେ ମୋର ବନ୍ଧୁ ପରିଜନ,
ଆତ୍ମୀୟ,ସ୍ୱଜନ ରହିଥିବେ ମତେ ଘେରି,
ଆଖିରୁ ତାଙ୍କର ଲୁହ ପଡ଼ୁଥିବ ଝରି,
ଚାଲିଯିବି ଆରପାରି..............
ମୁଁ ଚାଲିଯିବି ଆରପାରି।
କୋକେ଼ଇକୁ ମୋର ଧରି,
ଲୋକେ ଚାଲୁଥିବେ ଥ
ିରିଥିରି,
ହରିନାମ ଜପ କରି,
ଚାଲିଯିବି ଆରପାରି.............
ମୁଁ ଚାଲିଯିବି ଆରପାରି।
ମଥାରେ ମୋହର ଅଭିର ଟିକିଏ ବୋଳି,
ଶଙ୍ଖ, ହୁଳହୁଳି ଶବ୍ଦରେ ଏଇ,
ଧରା ଯାଉଥିବ ଥରି,
ଚାଲିଯିବି ଆରପାରି.............
ମୁଁ ଚାଲିଯିବି ଆରପାରି।