"ସମୁଦ୍ର"
"ସମୁଦ୍ର"


ଢେଉ ସବୁ ଆସି ଭାଙ୍ଗିଦେଇ ଯାଏ,
ମାେ ଗଢିଥିବା ବାଲିଘର.......
କି ଲାଭ ଗଢ଼ିଲେ କୂଳେ ବାଲିଘର????
ଯେବେ ନିଜଲୋକ ଭାଙ୍ଗିଦେଇ ଯାଏ ସ୍ୱପ୍ନର ନଅର.....
ଦେହ ଛାଡ଼ିଦେଇ ଆତ୍ମା ଦିନେ ମତେ,
କରିଦେଇ ଯିବ ପର........
ଭାଙ୍ଗିଗଲେ ଯାଉ, ଢେଉ ଧୋଇନେଉ,
ମୁଁ ଗଢିଥିବା ବାଲିଘର।
ସିନ୍ଧୁ ତଟରେ ବସି,ବସି, ଗଣେ
ଉତ୍ତଳ ତରଙ୍ଗ ମାନ.......
ତନୁ, ମନ ମୋର ଶିହରାଇ ଦିଏ,
ସମୁଦ୍ରକୂଳ ପବନ...........
> ଲହରୀ ସାଙ୍ଗରେ ଭାସି,ଭାସି ଯାଏ,
ଆଖିର ସାତ ସପନ...........
ନିରୋଳାରେ ବସି କବିତା ଲେଖଇ,
ଯେଉଁ ସ୍ଥାନ ହୋଇଥାଏ ଜନଶୂନ୍ୟ।
ସାଗର ବୁକୁରେ ଶାମୁକା ଭିତରେ,
ସୁରକ୍ଷିତ ମୁକ୍ତା ମାନ........
ସମୁଦ୍ର ମନ୍ଥନ କରାଳ ବିଷକୁ,
ଶଙ୍କର କରିଥିଲେ ଦିନେ
ପାନ.........
ମାଘ ସପ୍ତମୀରେ ବୁଡ଼ ପକାଇଲେ,
ଲୋକେ ହୋଇଥାନ୍ତି ପାପଶୁନ୍ୟ.........
ସମୁଦ୍ରରେ ଅସ୍ତି ବିସର୍ଜନ କଲେ,
ଆତ୍ମା ହୋଇଯାଏ ଧନ୍ୟ।