STORYMIRROR

Sasmita Nishank

Tragedy

3  

Sasmita Nishank

Tragedy

"ଆଶା"

"ଆଶା"

1 min
255

ଆଶା ବାନ୍ଧିଥାଏ ମନରେ ବସା,  

                  

 ହୃଦୟରେ ଥାଉ ଯେତେ ରାଗ,

 ରୁଷା.......   

         ଆଲୋକର ଦିଶା ଦେଖାଏ ଆଶା,   

     ଆଶା ଆଗେ ଫିକା ଟଙ୍କା,

ପଇସା.........


ଭାଙ୍ଗିଗଲେ ଆଶା ଭାଙ୍ଗେ ଭରଷା,

  ମେଣ୍ଟିଗଲେ ଆଶା ଜୀବନ ଲାଗେ ସରସା.......    

      ଆଶା ଭରିଦିଏ କେବେ ମନେ ଈର୍ଷା,      

           ମନର ଏ ଆଶା ଯେମିତିକା ନିଶା...........

ସବୁ ଆଶା କେବେ ହୁଏନାହିଁ ପୂର୍ଣ୍ଣ,      

             ରହିଯାଏ କିଛି ନିରାଶାର ଚିହ୍ନ............       

       ଖାଲିପଡ଼ିଥାଏ ହୃଦୟର କର୍ଣ୍ଣ,             

        ସମ୍ପୂର୍ଣ୍ଣ ଜୀବନ ଲାଗେ ଅସମ୍ପୂର୍ଣ୍ଣ...........

ଆଶାର ଆୟୁଷ ହୁଏନାହିଁ ଶେଷ,        

            ଆଶା ରଖିବାର ନିଜର ହିଁ ଦୋଷ.........          

     ପୂରଣ ନହେଲେ ମିଳିଥାଏ କ୍ଲେଶ,      

        

     ପୁରା ହୋଇଗଲେ ଓଠେ ଖେଳେ ହସ.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy