STORYMIRROR

Sanjukta Padhi

Romance

3  

Sanjukta Padhi

Romance

ଗୋଲାପ

ଗୋଲାପ

1 min
257


ହେ ଗୋଲାପ,

ତୁ ପ୍ରେମିକର

ଅନ୍ତଃବାହକ

ତନୁ ତୋ କୋମଳ

ତୁ ହାତେ ଥିଲେ

ସବୁ ଚାହାଣୀ

ଡହଳବିକଳ ।

ଆସ୍ତେ ଝରେ ପ୍ରିୟା

କଣ୍ଟକିତ ଅଙ୍ଗ ତୋହର

ସତେ କି ମନୋହର

ତୁ ଅବୁଝା ବାର୍ତ୍ତାଟିଏ

ପ୍ରେମ ପାଗଳଙ୍କର।

ଅସ୍ଥିର ହୃଦୟର

ନିବେଦନ ହୋଇ

ମନ ରାଇଜର

ଶୀତଳ ତା ସରୁ

ଦୁର୍ବଳ ଉପାଦାନ ତୁ

କ୍ଷଣିକ ସ୍ବାନ୍ତନାର ।

ଭୂଇଁରେ ପଡିଲେ

ପାଦ ଲାଗିଗଲେ

ଲୀନ ହୋଇଯାଏ

ତୋ ସୂକ୍ଷ୍ମ ଶରୀର,

ବର୍ଣ୍ଣ ଜାତି ଭେଦ

ନାହିଁ ସିନା ତୋ ସମର୍ପଣରେ

ସ୍ମୃତି ହେଇ ରହିଯାଉ

ପୀଡିତାର ନିଭୃତ କୋଣରେ

ଯାତ୍ରା ଜହ୍ନ ପିଇ

ତୋତେ ଗଢିଛି ବିହି

ଯାହା କପାଳରେ ଲିହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance