STORYMIRROR

Chandan Sahu

Romance

3  

Chandan Sahu

Romance

ଗୋଲାପ

ଗୋଲାପ

1 min
331

କିଏ କହେ ତତେ ପ୍ରେମର ପ୍ରତୀକ ତ

କିଏ କହେ ଫୁଲଙ୍କର ରାଣୀ ....

ପୁଣି କିଏ କହେ ମନ କିଣିନିଏ

ତୋ ଚାହାଣି ।

ସଭିଙ୍କର ପ୍ରିୟ ତୁ ଗୋଲାପ 

କେତେ ଯେ ମନଲୋଭା ତୋର ମହକ ।

ପାଖୁଡ଼ା ଯେ ତୋର କୋମଳ ପରଶ

ନାଲି ରଙ୍ଗରେ ତୁ ଦିଶୁ ଶୋଭକ ।

ତନୁ ତୋର କାହିଁ କଣ୍ଟାରେ ପୂରିତ 

ସୁନ୍ଦର ବୋଲି କଣ ମନେ ତୁ ଗର୍ବିତ ।

କି ଅବା ତୋ ପ୍ରତିରକ୍ଷା ପାଇଁ ବାଡ଼ ....

ଗୋଲାପ , ତୋ ରୂପ ମାଧୁର୍ଯ୍ୟ ମୋତେ

କରିଅଛି ମୁଗ୍ଧ ,

ମନରେ ଭରିଦେଇଛି ଅଶେଷ ଆନନ୍ଦ ।

ଥାଆନ୍ତା ଯଦି ମୋ ପ୍ରେମିକା ଟିଏ 

ତୋଳି ନେଇ ତୋତେ ଦିଅନ୍ତି 

ମୁଁ ଉପହାର ...

ତୋ ଠାରୁ ବଳି କେ ଉପହାର ଅଛି 

ଏପରା ମିଥ୍ୟା ସଂସାର ।


Rate this content
Log in

Similar oriya poem from Romance