STORYMIRROR

Jayashree Maharana

Romance

3  

Jayashree Maharana

Romance

ପ୍ରିୟା ଗୋ

ପ୍ରିୟା ଗୋ

1 min
233

ପ୍ରିୟା ଗୋ ତୁମେ ଭାବନା ରାଇଜେ

ସାଜିଅଛ ମୋର ରାଜକୁମାରୀ

ସ୍ୱପ୍ନ ବଗିଚାରେ ଘୁରି ବୁଲୁଅଛ

ମୁଗ୍ଧ ନୟନରେ ପୀରତି ଭରି ।


ଦେହେ ଦେହେ ତୁମ ଉଛୁଳା ଯୌବନ

ଆଭରଣେ ଆଭା ମନ କିଣଇ

ପାଗଳ ପ୍ରେମିକ ମନ ମୋ ବିଭୋର

ନିର୍ଜନ ନିଶିଥେ ଅଧିର ହୋଇ ।


ସୀମା ସରହଦ ଡେଇଁଯାଏ ଆଶା

ମଧୁର ଦହନ ହୃଦୟେ ବଢି

ପାହାନ୍ତି ପହରେ ଲୁଚିଯାଅ କାହିଁ

ଖୋଜିହୁଏ କେତେ ବିରହେ ସଢ଼ି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance