STORYMIRROR

Dharitri Das

Romance

3  

Dharitri Das

Romance

ଜହ୍ନ

ଜହ୍ନ

1 min
186

ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ର ଆଗୋ ସତେ

ବିମୋହିତ କରି ଦିଅ ତୁମେ ମତେ।

ତୁମ ମୁଖ ଦର୍ଶନରେ ହଜିଗଲି

ଜୀବନର ସବୁ ଦୁଃଖ ଭୁଲିଥିଲି।

ପ୍ରିୟତମା ପରି ମନକୁ ଶିଥିଳ

କରିଦିଏ ତୁମ ଶ୍ରୀମୁଖ ମଣ୍ଡଳ।

ଶୀତଳତା ଭରି ହୃଦୟେ ମୋହର

ଦେଉଥିଲ ସଦା ସୁଖର ସମ୍ଭାର।

ତୁମ ପରି ପ୍ରିୟତମା ଅଛି କାହିଁ

ଭଵ ମଧ୍ୟେ କେଉଁଠାରେ ଦେଖି ନାହିଁ।

ଆଲୋକରେ ତୁମ ଅଛି କେଉଁ ଯାଦୁ

ଆଲୋକିତ କରୁ ମହୀ ସହ ସିନ୍ଧୁ।

ଜୋଚ୍ଛନାରେ ଭିଜିଭିଜି ବସୁନ୍ଧରା

ଆନନ୍ଦେ ବିଭୋର ହୋଇଯାଏ ପରା।

ରାତ୍ରକାଳେ ଆକାଶରେ ଶୋଭାପାଅ ତୁମେ

ସରଗର ଶଶୀ ବୋଲି କହିଥାନ୍ତି ଜନେ।

ସଭିଙ୍କର ମାମୁଁ ସାଜି ଜନମନ କିଣୁ

ଶୀତଳ କିରଣ ବୁଣି ଅନ୍ତରକୁ ଜିଣୁ।



Rate this content
Log in

Similar oriya poem from Romance