STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ଆଳାପ-16 (ଦ୍ଵିତୀୟ ସପ୍ତାହ) ଗୀତି କବିତା- ଜହ୍ନ

କବିତା ଆଳାପ-16 (ଦ୍ଵିତୀୟ ସପ୍ତାହ) ଗୀତି କବିତା- ଜହ୍ନ

1 min
186


ଜହ୍ନ ଗୋ ତୁମେ ଲୁଚିବନି ଆଉ-

କୋଇଲି ଗୋ ତୁମେ ରୁଷିବନି,

ମୋ ପ୍ରିୟା କହିଛି ଗାଇବନି ଗୀତ-

ମନଖୋଲି ଆଉ ହସିବନି |(ଘୋଷା)


ତଟିନୀ ଗୋ ତୁମେ ଅଟକିବ ନାହିଁ-

ଦେଖି ମୋର ପ୍ରିୟା ଧୀରଚାଲି,

ତୁମକୁ ବରଷା ଦେଉଛି ଭରସା- 

କାନ୍ଦିବନି ତୁମେ ଲୁହ ଢାଳି |


କଥା ଦେଇଛି ମୋ ପ୍ରିୟା ରାଣଖାଇ-

କବରୀ ଖୋଲି ସେ ବସିବନି ,

ଜହ୍ନ ଗୋ ତୁମେ ଲୁଚିବନି ଆଉ-

କୋଇଲି ଗୋ ତୁମେ ରୁଷିବନି,

ମୋ ପ୍ରିୟା କହିଛି ଗାଇବନି ଗୀତ-

ମନଖୋଲି ଆଉ ହସିବନି |


ଗଙ୍ଗଶିଉଳି ଗୋ ଯିବନି ଝାଉଁଳି-

ଦେଖିଦେଲେ ମୋର ପ୍ରିୟା ବେଶ,

ଛନ୍ଦହରା ହେବନାହିଁ ଗୋ ମୟୂର-

ଯେତେ ଇଚ୍ଛା ମନଖୋଲି ନାଚ,

କହିଛି ମୋ ପ୍ରିୟା କୋଳେ ଲୁଚିଯିବ- 

ତୁମକୁ ସେ ଆଉ ଦିଶିବନି |



Rate this content
Log in

Similar oriya poem from Romance