STORYMIRROR

Bidyadhar Mantry

Abstract Romance Inspirational

3  

Bidyadhar Mantry

Abstract Romance Inspirational

ଅଡୁଆ ପ୍ରଶ୍ନ

ଅଡୁଆ ପ୍ରଶ୍ନ

1 min
155


ଭୁଆସୁଣୀ ର ଅର୍ଥ କଣ??

ରଜ ପର୍ବରେ ଭୁଆସୁଣୀ କାହିଁକି ରହୁଛି??

ଇଂରାଜୀ ମିଡିଅମ୍ ପିଲାର ପ୍ରଶ୍ନ ?

କେମିତି ବୁଝିବ, ଏ ତ ପୁରୁଣା ଶବ୍ଦ

ଭାଷା ପୁଣି ଲୋକକଥା ର ମହତ୍ତ୍ଵ

ସହଜ କେବଳ ସେମାନଙ୍କ ପାଇଁ

ଓଡ଼ିଆ ଭାଷା ସାହିତ୍ୟ ବୁଝିଥିବା 

ମାଟି ମା ର କଥା ଜାଣିଥିବା ପାଠକ ।


ତଥାପି, ବୁଝେଇବାକୁ ହେବ

ରଜ ର ମୁଖ୍ୟ ଆକର୍ଷଣ ଭୁଆସୁଣୀ

ନିଜକୁ ସଜାଇ ଦୋଳିରେ ବସିବ

ସଜବାଜ ନ ଥିଲେ କି ଭୁଆସୁଣୀ !!

ଭୁଆସୁଣୀ ଯେଉଁଠି,ରଜ ଜମିବ ହିଁ ଜମିବ

ଖିଲିଖିଲି ହସ ହେଉଥିବ

ପାନ ଖାଇ ଓଠ ବି ନାଲି ହୋଇଥିବ

ହସିଲେ ହସ ବି ନାଲିଆ ନାଲିଆ !!


ପାଦରେ ଅଳତା,ମଥାରେ ଚିତା

ନୂଆ ଶାଢ଼ୀ ପୁଣି ରିବନ୍ ଫିତା

ପାଟିରେ ପାନ,ପେଟରେ ପିଠା

ଲାଜୁଆ ହସ ତ ସବୁଠୁ ମିଠା

ଭୁଆସୁଣୀ ମେଳେ ହସ ବି ଠୋ ଠା !!

ଏଇତ ରଜ ର ଅସଲ ମଜା ।


ଭୁଆସୁଣୀ କିଛି ନାହିଁ,କୁମାରୀ ର ଅନ୍ୟ ନାମ

ଅର୍ଥର ଅର୍ଥ,ଭାବାର୍ଥ ଓ ସରଳାର୍ଥ

ଲୋକ କଥାରେ ଭୁଆସୁଣୀ

କୁଳ ଭୁଆସୁଣୀ,ଘର ଭୁଆସୁଣୀ

ଭୁଆସୁଣୀ ହିଁ ଘରର ଶୋଭା !


ଦୋଳିରେ ତ ସମସ୍ତେ ଝୁଲନ୍ତି

ରଜ ସମସ୍ତଙ୍କ ପାଇଁ

ହେଲେ ଅସଲ ଦାବିଦାର ହିଁ ଭୁଆସୁଣୀ

ଭୁଆସୁଣୀ ର ହିଁ ବେଶି ହସ

କଥା କହିଲେ ହସ

ହସିଲେ ହସ,ପାଟି ଖୋଲିଲେ ହସ ହିଁ ହସ

ହସ ପ୍ରିୟ ଭୁଆସୁଣୀ !!


ରଜ ପାଇଁ ବି ଗୀତ ଅଛି

ନୂଆ ଗୀତ ବି ଲେଖା ହେଉଛି

ହେଲେ ଭୁଆସୁଣୀ ର ପସନ୍ଦ ଗଜ ଥାଇ ଗୀତ !!

ଗୀତରେ ଗଜ ଥିଲେ ହିଁ ରଜ ଗୀତ

ଗଜ ଡାକୁ ଥିବ,ଦୋଳି ଝୁଲୁ ଥିବ

ଭୁଆସୁଣୀ ଦୋଳିରେ ହଲୁଥିବ

ଜମିବ ରଜ, ଜମିବ ରଜ ପରିବେଶ ।


ଅଡୁଆ ପ୍ରଶ୍ନର ଉତ୍ତର ଦିଆ ହେଉଛି

ପିଲା କଣ ବଡ ଜୋର୍ ରେ ହଁ ହଁ କହିଲାଣି!!

ବୋଧେ ଭୁଆସୁଣୀ ଅର୍ଥ ବୁଝିଗଲା

ଭଲ ହେଲା,ଆଉ କାହିଁକି!

ଏ ଭୁଆସୁଣୀ କଥା ଏଇଠି ଥାଉ

ଅଡୁଆ ପ୍ରଶ୍ନର ଉତ୍ତର ଠିକ୍ ରେ ବୁଝି ହେଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract