Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

3  

Prafulla Chandra Mishra

Romance

ଚଉପଦୀ

ଚଉପଦୀ

1 min
144



ସତେ କେଡେ ସୁନ୍ଦର, ସହୀ ତୋର ଚନ୍ଦ୍ର ବଦନ,

ରୂପା ଜହ୍ନ ରୋଷଣୀରେ, ହେବ ଆମ ମିଳନ ।

                

ମନ ହୁଏ ଆନମନା, ଆଗୋ କନକ ବରନା,

ତୋ ବିହୁନେ ସବୁ ଲାଗେ ମୋତେ ଆଜି ଛିନାଛିନା;

ଆଗୋ ମୋର ମନ ମଇନା, ଛଟ ପଟ ହୁଏ ଜୀବନ;

ସତେ କେଡ଼େ ସୁନ୍ଦର ସହି ତୋର ।

              

ତୁ ମୋର ଚନ୍ଦ୍ର ମଲ୍ଲୀ, ହୃଦୟ ବିଥିକା କଳି;

ସଜଫୁଟା ଫୁଲ ମୋର ମୁଁ ସେହି କଳା ଭ୍ରମର;

ଦେଖି ମହୁ ଶୋଷିବା ପାଇଁ, ଉଛନ୍ନ ହେଲାଣି ମୋ ମନ;

ସତେ କେଡ଼େ ସୁନ୍ଦର ସହି ତୋର ।

        

କଳା ମେଘେ ସୌଦାମିନୀ, ସମାନ ଦିଶୁ କାମିନୀ;

ମୋମନ ସରୋବର ରାଜ ହଂସୀ ଗଜ ଗମନୀ;

ପ୍ରିୟବତୀ ସଉଭାଗିନୀ, ନହୁଅରେ ବିମନା ଧନ;

ସତେ କେଡ଼େ ସୁନ୍ଦର ସହୀ ତୋର ।

               

ତୋହ ବିନା ଏ ପରାଣ, ସତେ ସିନା ଅକାରଣ;

ମୁଁ କାୟାତୁ ମୋର ଛାୟା ତୁ ମୋର ଜୀବ ଜୀବନ;

ସାତ ଜନମର ବନ୍ଧନ ତୋ ପାଇଁ ସମର୍ପିତ ମୋର ଜୀବନ

ସତେ କେଡ଼େ ସୁନ୍ଦର ସହୀ ତୋର ।


Rate this content
Log in

Similar oriya poem from Romance