STORYMIRROR

Bidyadhar Mantry

Abstract Romance Inspirational

3  

Bidyadhar Mantry

Abstract Romance Inspirational

ଇଶାରା

ଇଶାରା

1 min
185


ଦେଖା ହେଲେ କେବଳ ହସୁଥିଲା

ସେହି ହସରେ ହିଁ ସବୁକିଛି

ସେଇ ହସ ହିଁ ଥିଲା ଅଙ୍ଗଭଙ୍ଗି

ସେଇ ଅଙ୍ଗଭଙ୍ଗି ଥିଲା ଇଶାରା,ହୃଦୟର।


ଦେଖାହେଲେ ଆଖିରେ ଆଖି ମିଶୁ ଥିଲା

ଆଖିରେ ବି ଥିଲା ଇଂଗିତ ଇଶାରା

ହୃଦୟ ଭିତରକୁ ଦେଖିବା ଇଶାରା ।


ବେଳେବେଳେ ହାତରେ ଇଶାରା

ଇଶାରା ବୁଝି ନ ପାରିଲେ

ଓଢ଼ଣୀ ଦେଖେଇ,ସାଜସଜ୍ଜା ର ବାହାନା ।


ରୁଣୁଝୁଣୁ ପାଉଁଜି ଶବ୍ଦରେ ଇଶାରା

ଆକର୍ଷିତ କରିବାକୁ ଧ୍ୟାନ

ଉପସ୍ଥିତିର ହାଜିରା ପକାଇବା

ଫେରି ନ ଚାହିଁଲେ,ଧ୍ୟାନ ନ ଥିଲା ସମୟେ।


ପଚାରିଲେ କିଛି,ଓଠ ବନ୍ଦ ଥାଇ

ଗାଲ ଫୁଲା ମୁରୁକି ହସ ରେ ଇଶାରା

ହଁ,ହଁ ,ବୁଝିବାକୁ ହୁଏ  ଆଖି ଓ ହସ ର ଇଶାରା।


ରାଗ ଅଭିମାନ ବି ଥିଲା,ଅଲଗା ଇଶାରା

ନାକ ଅଗରେ ରାଗ,ମୁହଁ ଫୁଲେଇ ଅଭିମାନ

ମନେଇବା ଉପାୟ ଅଲଗା ଅଲଗା

ହସି ଦେଲେ ଲିଭି ଯାଏ ରାଗ ଅଭିମାନ।


ଦୁଷ୍ଟାମି ବି ମଝିରେ ମଝିରେ

ଜାଣି ନ ଜାଣିବାର ବାହାନା ହେଇଛି

ଦୂରେ ଥାଇ ଦେଖା ବି ହେଇଛି

ସେ ଆଡ଼କୁ ଧ୍ୟାନ ରହୁଛି କି ନାହିଁ।


ବେଳେବେଳେ ପୋଖତ କଳାକାର ପରି

ଆଗୁଆ ସୂଚନା ନ ଥାଇ

ବିନା ଇଶାରା ରେ ,ଠିଆ ଆଖି ସାମନାରେ

ସ୍ଵପ୍ନ ପରି ଲାଗୁଥିଲା, ସତ ନା ମିଛ,ଦ୍ୱିଧା

ହସ ରୁ ହିଁ ବାରି ହେଉଥିଲା,ହଁ ହଁ ସିଏ,ସିଏ।


ପ୍ରତିଦିନ ଏକାଠି ହେବାର ସ୍ବପ୍ନ ଥିଲା

ଦିନରାତି ଯନ୍ତ୍ରଣା ସହିବାକୁ ବି ପଣ ଥିଲା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract