STORYMIRROR

Chittaranjan Nanda

Romance Inspirational Others

3  

Chittaranjan Nanda

Romance Inspirational Others

ପ୍ରେମ ବନାମ ମମତା ଓ ବିଶ୍ୱାସ

ପ୍ରେମ ବନାମ ମମତା ଓ ବିଶ୍ୱାସ

1 min
169


ଆତ୍ମୀୟତା ଥିଲେ, ଥାଅ ପାଖରେ 

ଅବା ଯେତେ ଦୂରେ

ତମେ ମୋର ଓ ମୁଁ ତମର, ଲେଖା 

ହୁଏ ଅନ୍ତରରେ |୧|


କିଏ କହେ ଅବା ଭାବଇ ସମ୍ପର୍କ 

ପୁରୁଣା ହୋଇ ଗଲେ

ଏହି ଭାବନା ଆସେ, ସମ୍ପର୍କରେ

ଲୋକର ବିଶ୍ୱାସ ନଥିଲେ |୨|


ଆତ୍ମାର ଠିକଣା ଯିଏ ଜାଣିଅଛି 

ଓ ସ୍ପର୍ଶ ଲାଭ କରିଛି

ସମ୍ପର୍କ ନୂଆ ହେଉ ଅବା ପୁରୁଣା, 

ମହତ୍ତ୍ୱ ତ ରହିଛି |୩|


ପ୍ରେମରେ ନଥାଏ ଯଦି ମମତା ଓ 

ବିଶ୍ୱାସର ଉଷ୍ଣ ଚାଦର

ଦୁଇ ଶରୀର ଏକତ୍ର ହୋଇଲେ ବି 

କେବେ ନହୁଏ ଏକାକାର |୪|


ପ୍ରେମ କେବେ ନୁହେଁ ନିଃଶ୍ୱାସ ପ୍ରଶ୍ୱାସ

ର କାମନାମୟ ପ୍ରହାର

କାରଣ ବିଶ୍ୱାସ ଓ ସତ୍ୟତା, ସାଇତି ରଖି

ପାରେ ପ୍ରୀତିର ସାଗର |୫|


ସଂଘର୍ଷରୁ ଶକ୍ତି, ଶକ୍ତିରୁ ରସ, ରସରୁ 

ଦାନାର ହୁଏତ ସୃଷ୍ଟି,

ଜୀବନରେ ଯଦି ସଂଘର୍ଷ ଓ କଠିନତା 

ନଥାଏ, ନରହିବ ତୁଷ୍ଟି |୬|


ସଂଘର୍ଷ ବିନୀ କୌଣସି ଜ୍ଞ୍ୟାନ ଆରୋହଣ 

କିଏ କରି ପାରଇ ନାହିଁ

ସୁଖ ଓ ଦୁଃଖକୁ ଆମେ ଖୁସିରେ ଖୁସିରେ 

ଗ୍ରହଣ କଲେ ଦ୍ୱିଧା ରହିବ ନାହିଁ |୭|


ପ୍ରେମ ଅଟଇ ବିଶ୍ୱାସ, ସତ୍ୟତା ଓ ପ୍ରୀତି

ମୟ ସମାହାରର ସାଗର

ମଣିଷ ଜୀବନରେ ସୁଖ ଦୁଃଖ କି ଭିତ୍ତି କରି 

ଚଳିବା ନିତ୍ୟାନ୍ତ ଦରକାର |୮|



Rate this content
Log in

Similar oriya poem from Romance