ଧର୍ଯ୍ୟ
ଧର୍ଯ୍ୟ
ବିପଦ ଆପଦ ସମୟେ
ନହୋଇ ବିଚଳିତ
ଧର୍ଯ୍ୟ ସହକାରେ ଶାନ୍ତିରେ
ରଖିବ ସ୍ଥିର ଚିତ ।୧।
ଧ୍ୟାନ ମଗ୍ନ ଦେଇ ଶୁଣିବ
ଭାବି ଚିନ୍ତି କରିବ
ତରବର କେବେ ନୋହିବ
ଡେରି ହେଲେ ଚଳିବ ।୨।
ଅପେକ୍ଷାର ଫଳ ମଧୁର
ଧର୍ଯ୍ୟ ହରା ନହେବ
ଅଧା ଶୁଣି କରି କଥାରେ
କେବେ ଭାସି ନଯିବ ।୩।
ଦ୍ରୋଣାଚାର୍ଯ୍ୟ ପରି ଆଚାର୍ଯ୍ୟ
ଅସ୍ତ୍ର, ଶାସ୍ତ୍ର ନିପୁଣ
ଧିରତା ହରାଇ ବସିଲା
ଶୁଣି ଅଧା ଭାଷଣ ।୪।
ବହୁ ଜ୍ଞାନୀ ଗୁଣି ବିଜ୍ଞାନୀ
ଜାଣିଛନ୍ତି ଏ ବାଣୀ
ଠିକଣା ସମୟ ଆସିଲେ
ବିଷ୍ମରଣନ୍ତି ପୁଣି ।୫।
ସୁଖ ଦୁଃଖ ଥାଏ ଜୀବନେ
ଋତୁ ପରି ସେଆସେ
ଧର୍ୟ୍ଯବାନ ବ୍ୟକ୍ତି ନିକଟେ
ମଥା ନୁଆଇ ବସେ ।୬।
ଭକ୍ତର ଭାବକୁ ଶ୍ରୀ ହରି
ପରଖି ଦେଖି ଥାନ୍ତି
ନାନା ପ୍ରକାର ର ଯାତନା
ପ୍ରଦାନ କରିଥାନ୍ତି ।୭।
ସାଧନା ପଥରୁ ବିଚ୍ୟୁତି
ହୋଇ ନଥାନ୍ତି ଜନ
ହସି ହସି ସହି ଯାଅନ୍ତି
ଭାବି ପ୍ରଭୁଙ୍କ ଦାନ।୮।
ଅଯୋଧ୍ୟା ପ୍ରତାପୀ ନରେଶ
ସତ୍ୟବାଦି ରାଜନ
ରାଜ୍ୟ ଦାନକରି ଚାଲିଲେ
ଛାଡି ରାଜ ଭବନ ।୯।
ଦକ୍ଷିଣା ପ୍ରଦାନ ନିମନ୍ତେ
ପତ୍ନି ପୁତ୍ରକୁ ବିକି
ଧର୍ଯ୍ୟ ଓ ତ୍ୟାଗର ପରୀକ୍ଷା
ଦେଇଥଲେ ଭୂପତି ।୧୦।
ରାଜ, ରାଣୀ ଦାସୀ ହୋଇଲା
ପତିବ୍ରତା ସେ ନାରୀ
ସର୍ପ ଦଂଶନରେ କୁମର
ଗଲା ସେ ଯମପୁରି।୧୧।
ଆଖିରୁ ଝରାଇ ଲୋତକ
ଶବ୍ୟା କାନ୍ଦେ ବାହୁନି
ସତ୍ୟର ପଥରେ ଚାଲଇ
ଦୃଢ଼ମନା ସେ ରାଣୀ।୧୨।
ଶବଦାହ ପାଇଁ ପାଖରେ
ନାହିଁ ଫୁଟା କଉଡ଼ି
କର୍ତ୍ତବ୍ୟ ପଥେ ହରିଶ୍ଚନ୍ଦ୍ର
କାନ୍ଦନ୍ତି ତଳେ ପଡି ।୧୩।
ବିଶ୍ଵାମିତ୍ର ଋଷି ପ୍ରସନ୍ନ
ଦେଖି ତ୍ୟାଗଓ ଧର୍ଯ୍ୟ
ଫେରାଇଲେ ତାଙ୍କ ରାଇଜ
ଚଳାଅ ରାଜକାର୍ଯ୍ୟ।୧୪।
ଧର୍ଯ୍ୟହରା କେବେ ନହୁଅ
ଆତ୍ମ ବିଶ୍ୱାସ ରଖ
ନିରନ୍ତର ମନେ ଜପିବ
ରଖି କଳାଶ୍ରୀ ମୁଖ ।୧୫।
......×××.......
