ଛଡ଼ାଫୁଲ
ଛଡ଼ାଫୁଲ
ତନ ମନ ଧନ ତୁମ ଇଚ୍ଛା ଧିନ
ପ୍ରେମ ପୂଜାରାଣୀ ହେଲି
ଏ ଶରୀର ଫୁଲ ନାହିଁ ତାର ମୂଲ
ସମର୍ପି ଚରଣେ ଦେଲି ।୧।
ଯୌବନ ପୀୟୂଷ ପାନ କଲ ରସ
ନାରିକେଳ ଫଳ ଭାଙ୍ଗି
ସୁ ମଧୁର ଜଳ ସ୍ନାନ କରି ଖେଳ
କରି କେତେ ଅଙ୍ଗଭଙ୍ଗି ।୨।
ବାରଣ କରିନି କାରଣ ଖୋଜିନି
ମନକୁ ତମକୁ ଦେଲି
ସଂସାର ଆଖିରେ ରଖିବ ସାଥିରେ
ପ୍ରେମିକା ତୁମର ହେଲି ।୩।
ଫୁଲର ଶୁବାସ ମଧୁର ତା ରସ
ଦେବ ଭୋଗ ପାଇଁ ଲୋଡା
ମସ୍ତକ ରେ ଚଢ଼ି ଦିନ ଗଲେ ବଢ଼ି
ସଞ୍ଜରେ ହୁଏ ଅଲୋଡ଼ା ।୪।
ଧନ୍ୟ ସେ କୁସୁମ ପାଇ ପ୍ରଭୁ ପ୍ରେମ
ଅନ୍ତରେ ହୁଅଇ ଖୁସି
ଦିନକ ପାଈଁ କି ଅଥିତି ହୋଇ କି
ଖୁସିଅଛି ଭାରି ବେଶି ।୫।
ଛଡା ଫୁଲ ହେଲା ସ୍ପରସ୍ ପାଇଲା
ପ୍ରଭୁଙ୍କ କୋମଳ ଅଙ୍ଗ
ଶ୍ରୀଚରଣ ତଳେ ଜାଗା ଟିକେ ମିଳେ
ଲାଗିକରି ପ୍ରେମ ରଙ୍ଗ।୬।
ଏଇ ଜନମରେ ପ୍ରଭୁ ଙ୍କ ପୟରେ
ନିଜକୁ ସମର୍ପି ଦେଇ
ଅଚିନ୍ତା ନିଦରେ ଶୁଅଇ ସାଥିରେ
ପାଦପରେ ମଥା ଦେଇ ।୭।
ରାତି କର ସାଥି ଭାରି ନିରି ମାଖି
ଜାଣିଛି ଦୁନିଆ ନିତୀ
ଛଡା ଫୁଲ କହି କାଢି ଦେବ ସେହି
ଅଲୋଡ଼ା ହୋଇଲା ନିତି।୮।
ଛଡା ଫୁଲ ଦୁଃଖ ଭାବି ଟିକେ ଦେଖ
କଣ ତାହାର ଦୋଷ ?
ନିଜକୁ ସମର୍ପି ପାଇଲା ସେ ଖୁସି
ମନେନାହିଁ ତାର ରୋଷ ।୯।
ଏ ଶରୀର ଫୁଲ ନାହିଁ ତାର ମୂଲ
ତୁମକୁ ସମର୍ପି ଦେଲି
ଛଡା ଫୁଲ କରି ସବୁ ନେଲ ହରି
କଣ ରହିଲା ଖାଲି ? ।୧୦।
ରାତି କର ସାଥି କରିବନି ନିତି
କରିବ ଜୀବନ ସାଥି
ଛଡା ଫୁଲ କରି କାଢ଼ିବନି ଧରି
ରଖିବ ଅନ୍ତରେ ନିତି ।୧୧।
ତନ ମନ ଧନ ତୁମ ଇଚ୍ଛା ଧିନ
ପ୍ରେମ ପୂଜାରିଣି ହେଲି
ଏ ଶରୀର ଫୁଲ ନାହିଁ ତାର ମୂଲ
ଚରଣେ ସମର୍ପି ଦେଲି ।୧୨।
.... ×××.....

