STORYMIRROR

Panchanan Jena

Romance

4  

Panchanan Jena

Romance

ଶାରଦୀୟ ଆଭାବିଭା

ଶାରଦୀୟ ଆଭାବିଭା

1 min
9

କବିତା - ଶାରଦୀୟ ଆଭାବିଭା

ରଚନା - ପଞ୍ଚାନନ ଜେନା

ତାରିଖ -୨୬-୦୯-୨୦୨୪


ଆସିବ କି ତମେ  ଶରତ ସଙ୍ଗମେ

    ସୁଗନ୍ଧେ ରଜନୀଗନ୍ଧା 

ମନ ଦ୍ଵାର ଖୋଲି  ଯତନରେ ଠେଲି

     ଅପେକ୍ଷାରେ ପ୍ରୀତିନନ୍ଦା ।୧


ଭାବନା ଗୁନ୍ଥିଛି  କାମନା ଜପୁଛି

  କଳ୍ପନାରେ ହୀରା ମୋତି

ଅତୀତ ଅର୍ଗଳି  ରୂପଶ୍ରୀ ବର୍ଣ୍ଣ।ଳୀ

   ଭାଳି ଭାଳି ପାହେ ରାତି ।୨


ଆଷାଢ଼ ଶ୍ରାବଣ   ଭାରି ନିଦାରୁଣ

   ସ୍ୱଭାବେ ମେଘ ଡମ୍ବରୁ

ସଞ୍ଜ ଆସୁ ଆସୁ   ଗରଜି ବରଷୁ

    ନିରିମାଖି ଛାତି ଥରୁ ।୩


ଅପୂର୍ବ ରାଗିଣୀ    ଶିହରଣ ବାଣୀ

     ବଢାଏ ମିଳନ ଆଶା

ମେଞ୍ଚା ମେଞ୍ଚା ପାଣି  ଛଟକି ସିଆଣୀ

     ମେଘ ମେଦୁର ପ୍ରତ୍ୟାଶା ।୪


ବଜର ବିଜୁଳି   ଆତୁର ଶିକୁଳି

   ଆତଙ୍କିତ ପ୍ରାଣସତ୍ତା

କୋହଲା ପବନ   ବହେ ଘନ ଘନ

   ବତୁରାଏ ଆଖିପତା ।୫


ମନଟା ଅଥୟ  ଉଦ୍ଧତ ପ୍ରଣୟ

  ପ୍ରୀୟା କୋଳେ ଥାନ୍ତି ଶୋଇ

ଧରନ୍ତି ଯାବୋଡି  କୋମଳାଙ୍ଗୀ କଢି

    ଆଖିରେ ଆଖି ମିଶେଇ ।୬


ଅପଲକ ନେତ୍ର     ସମର୍ପଣ ଗାତ୍ର

   ଲାଜ ଲାଜ ପ୍ରୀତିସୁରା

ପ୍ରଣୟ ପବିତ୍ର      ପୂର୍ଣ୍ଣାହୁତି ମାତ୍ର

     ମିଳନ ମଧୁର ଧାରା ।୭


ବରଷା ସରିଲା     କାଶତଣ୍ଡୀ ହସିଲା

   ଶାରଦୀୟ ଆଭା ବିଭା

ଭାବୁଛି ମଗନେ   ମିଳନ ସପନେ

   ଦଶହରା ଛୁଟି ଆଉା ।୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance