କୁଆଁରୀ ମନ ଉଠିଛି ମାତି ଆସିଛି ଯେଣୁ ପୁନେଇଁ ରାତି
କୁଆଁରୀ ମନ ଉଠିଛି ମାତି ଆସିଛି ଯେଣୁ ପୁନେଇଁ ରାତି
କୁମାର ପୂର୍ଣ୍ଣମୀ ରାତି ଜହ୍ନ ଉଠିଥାଏ ମାତି
କୁଆଁରୀ ଛାତି କରତି
ଜହ୍ନରେ କଳଙ୍କ ମନ ନିଷ୍କଳଙ୍କ ପୂର୍ଣ୍ଣମୀ ରାତି
ଅଢେଇ ଅକ୍ଷର ପ୍ରୀତି
ଆକାଶେ ତାରା ବଉଦ ସାରା ରାତି ନିଆରା
ସବୁଦିନ ନାହିଁ ଚାନ୍ଦିନୀ ରାତି
ସବୁ ମନ ଉଠେନା ମାତି ଛାତି ବି ହୁଏନା କରତି
ହାତେ ଧରି ଗଇନ୍ତି
ଚାଷୀ ଯାଏ ବିଲ ହିଡ଼ ମଖମଲ ପୁରୁଣା କାତି
ପ୍ରତି ପୁନେଇଁରେ ଜହ୍ନ ରାତି
କୁଆଁର ପୂର୍ଣ୍ଣମୀ ଏମିତି ରାତି ମନରେ ପୁଲକ
ଆଣଇ ବ୍ରହ୍ମ ସର୍ଜ୍ଜନା ନିତି
ଦେହରେ ଦାହ ସେ ଦେହରେ ପାପ ଓ ପୁଣ୍ୟ
ଆଞ୍ଜୁଳେ ଅଞ୍ଜଳି ଭିତରେ ପ୍ରୀତି
ଦେହ ମାଗେ କେଵେ ପୂର୍ଣ୍ଣମୀ କି ଅମାବାସ୍ୟାର ସ୍ମୃତି
ପୁନେଇଁ ଜହ୍ନରେ ମୈତ୍ରୀ ସଂସ୍କୃତି
ଦେହ ଦେଉଳ ପଦ୍ମବନ ମଧୁଚନ୍ଦନ ଗୀତିସଦନ
ପୁନେଇଁ ରାତିର ଚାନ୍ଦ ହାତରେ ଗୀତି
କୁଆଁର ପୁନେଇଁ ଜହ୍ନଗୋ ଫୁଲ ବଉଳବେଣୀ
ଜହ୍ନ ପରି ବର ହାତରେ ପଡି ସବୁଦିନ ହେଉ
ଚାନ୍ଦିନୀ ରାତି ଭାବ ପୀରତିରେ ମନ ଛନଛନ
କୁଆଁରୀ ଜୀଵନ ନହେଉ ଇତି
ଏଇ ସମୟ ପା ବଢନ୍ତା ନଈର ଦୁଇକୂଳ ଖାଇ
ଜାଗାଏ ଓଁ ଶାନ୍ତି ପ୍ରୀତି ଓ ମୈତ୍ରୀ
କୁଆଁର ପୁନେଇଁ ଆଣିଛି ସଂସ୍କୃତି ସଂହତି
ଲଷ୍ମୀମାଆ ଆସି ଜଗାନ୍ତି ଭକ୍ତି
କୁଆଁରୀ ମନ ଉଠିଛି ମାତି ଆସିଛି ଯେଣୁ ପୁନେଇଁ ରାତି
ଜଗାଇ ସଂସ୍କୃତି ସଂହତି ପୁରୁଣା ସ୍ମୃତିର ନୂଆ ଅତିଥି

