STORYMIRROR

Sunanda Mohanty

Romance Classics Inspirational

4  

Sunanda Mohanty

Romance Classics Inspirational

କୁଆଁରୀ ମନ ଉଠିଛି ମାତି ଆସିଛି ଯେଣୁ ପୁନେଇଁ ରାତି

କୁଆଁରୀ ମନ ଉଠିଛି ମାତି ଆସିଛି ଯେଣୁ ପୁନେଇଁ ରାତି

1 min
16


କୁମାର ପୂର୍ଣ୍ଣମୀ ରାତି ଜହ୍ନ ଉଠିଥାଏ ମାତି 

କୁଆଁରୀ ଛାତି କରତି 

ଜହ୍ନରେ କଳଙ୍କ ମନ ନିଷ୍କଳଙ୍କ ପୂର୍ଣ୍ଣମୀ ରାତି 

ଅଢେଇ ଅକ୍ଷର ପ୍ରୀତି 

ଆକାଶେ ତାରା ବଉଦ ସାରା ରାତି ନିଆରା 

ସବୁଦିନ ନାହିଁ ଚାନ୍ଦିନୀ ରାତି 

ସବୁ ମନ ଉଠେନା ମାତି ଛାତି ବି ହୁଏନା କରତି 

ହାତେ ଧରି ଗଇନ୍ତି 

ଚାଷୀ ଯାଏ ବିଲ ହିଡ଼ ମଖମଲ ପୁରୁଣା କାତି 

ପ୍ରତି ପୁନେଇଁରେ ଜହ୍ନ ରାତି

କୁଆଁର ପୂର୍ଣ୍ଣମୀ ଏମିତି ରାତି ମନରେ ପୁଲକ 

ଆଣଇ ବ୍ରହ୍ମ ସର୍ଜ୍ଜନା ନିତି 

ଦେହରେ ଦାହ ସେ ଦେହରେ ପାପ ଓ ପୁଣ୍ୟ 

ଆଞ୍ଜୁଳେ ଅଞ୍ଜଳି ଭିତରେ ପ୍ରୀତି 

ଦେହ ମାଗେ କେଵେ ପୂର୍ଣ୍ଣମୀ କି ଅମାବାସ୍ୟାର ସ୍ମୃତି 

ପୁନେଇଁ ଜହ୍ନରେ ମୈତ୍ରୀ ସଂସ୍କୃତି 

ଦେହ ଦେଉଳ ପଦ୍ମବନ ମଧୁଚନ୍ଦନ ଗୀତିସଦନ 

ପୁନେଇଁ ରାତିର ଚାନ୍ଦ ହାତରେ ଗୀତି 

କୁଆଁର ପୁନେଇଁ ଜହ୍ନଗୋ ଫୁଲ ବଉଳବେଣୀ 

ଜହ୍ନ ପରି ବର ହାତରେ ପଡି ସବୁଦିନ ହେଉ 

ଚାନ୍ଦିନୀ ରାତି ଭାବ ପୀରତିରେ ମନ ଛନଛନ 

କୁଆଁରୀ ଜୀଵନ ନହେଉ ଇତି 

ଏଇ ସମୟ ପା ବଢନ୍ତା ନଈର ଦୁଇକୂଳ ଖାଇ 

ଜାଗାଏ ଓଁ ଶାନ୍ତି ପ୍ରୀତି ଓ ମୈତ୍ରୀ

କୁଆଁର ପୁନେଇଁ ଆଣିଛି ସଂସ୍କୃତି ସଂହତି 

ଲଷ୍ମୀମାଆ ଆସି ଜଗାନ୍ତି ଭକ୍ତି

କୁଆଁରୀ ମନ ଉଠିଛି ମାତି ଆସିଛି ଯେଣୁ ପୁନେଇଁ ରାତି 

ଜଗାଇ ସଂସ୍କୃତି ସଂହତି ପୁରୁଣା ସ୍ମୃତିର ନୂଆ ଅତିଥି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance