ଅହଙ୍କାର
ଅହଙ୍କାର
ହିଂସା ଦର୍ପ ରୋଷ ହୁଏନାହିଁ ବସ
ରକ୍ତ ମାଂସ ଗଢ଼ା କାୟା
କେମିତି ସହିବ କିପରି ଚଳିବ
ଚାହେଁନି କାହାର ଦୟା ।୧।
ସଢ଼ ରିପୁ ସାଥେ ଦିନ ରାତି ବିତେ
ଭୁଲି ଯାଇ ବିଭୁ ନାମ
ମାତୃ ଗର୍ଭେ ଥିଲା ନାମ ଜପୁ ଥିଲା
ଭୁଲି ଗଲା ରାମ ନାମ ।୨।
କାମ,କ୍ରୋଧ,ଲୋଭ ମୋହ, ସହ ମଦ
ମାତ୍ସର୍ଯ୍ୟ ରେ ତନୁ ବନ୍ଧା
ମୁକୁଳି ପାରିଲେ ବଞ୍ଚିବ ଶାନ୍ତିରେ
ହେବନାହିଁ ମୁଣ୍ଡ ବିନ୍ଧା ।୩।
ଜୀଵନ ଯୁଦ୍ଧ ରେ ଶରୀର ରଥରେ
ସଢ଼ ରିପୁର ସାରଥି
ରଥ ବାହି ବାକୁ ପ୍ରାର୍ଥୀ ଟେ ହେବାକୁ
ପ୍ରତିଦ୍ୱନ୍ଦ୍ଵୀ କରୁ ଥାନ୍ତି ।୪।
ପଚିଶି ପ୍ରକୃତି ଶରୀର ଉତ୍ପତି
ବିଶ୍ଵ ବ୍ରହ୍ମାଣ୍ଡ ଗଠିତ
ପଞ୍ଚ ଜ୍ଞାନେନ୍ଦ୍ରିୟ ପଞ୍ଚ କର୍ମେ ନ୍ଦ୍ରିୟେ
ସାଥେ ପଞ୍ଚ ସୂକ୍ଷ୍ମ ଭୂତ ।୫।
ପଞ୍ଚ ମହାଭୂତ, ପ୍ରକୃତି, ମହତ୍
ପୁରୁଷ, ଓ ଅହଙ୍କାର
ଜ୍ଞାନ ଓ କର୍ମର ନିୟନ୍ତ୍ରଣ କରେ
' ମନ ' ,ଅଛି ସଭିଙ୍କର ।୬।
ଯୋଗୀ ମୁନି ଜନ କରୁଛନ୍ତି ଧ୍ୟାନ
ଜିତିବାକୁ ସଢ଼ ରିପୁ
ସଂସାରୀ ମଣିଷ କାହିଁ ସେ ଜାଣିବ
ଅହିଂସା ଜନକ ବାପୁ ।୭।
ଅହଂ ଭାବ ଛଡ଼ି ଦେଶ ପ୍ରେମେ ପଡି
କରିଲେ କରା ବରଣ
ଦେଶ ଜାତି ପାଇଁ ବାର୍ତ୍ତା ଗଲେ ଦେଇ
ଅହିଂସା ଅମୋଘ ବାଣ।୮।
ଗରବ ଗଞ୍ଜନ ସେ ଦୁଃଖ ନାସନ
ଭକ୍ତ ମାନ ରକ୍ଷା କରି
ଖମ୍ବରୁ ବାହାରି ହିରନ୍ୟ ବିଦାରି
ଦୁଷ୍ଟକୁ ଥିଲେ ସଂହାରି ।୯।
ମାନି ଦୁର୍ଯ୍ୟୋଧନ ଭାରି ବଡ ପଣ
ଅହଙ୍କାର ଥିଲା ଭାରି
କର୍ଣ୍ଣ,ଭୀଷ୍ମ ଦ୍ରୋଣ , ଅଶ୍ଵସ୍ତମା ବାଣ
ଯୁଦ୍ଧେ ନପାରନ୍ତି ହାରି ।୧୦।
ଗ୍ରହ ଓ ନକ୍ଷତ୍ର ହେଲେନି ଏକତ୍ର
ବାନ୍ଧି ନେଇଗଲା ଜମ
ଜିଦି ରେ ଅଟଳ ଅହଙ୍କାର ବଳ
ଦେଲା ନାହିଁ ପାଞ୍ଚ ଗ୍ରାମ ।୧୧।
ଗାଣ୍ଡିବ ଧାରି ମନେ ଗର୍ବ କରି
ପାରିଲାନି ରକ୍ଷା କରି
ଦ୍ୱିଜ ର କୁମର କାଳ ନେଲା ହରି
କ୍ଷମା କରିଲେ ଶ୍ରିହରି ।୧୨।
ଦାନିକୁ ମାରିଲେ ମାନି କୁ ତାରିଲେ
ଗରଵ ଗଞ୍ଜନ୍ କରି
ତିନି ପାଦ ଭୂମି ମାଗି ଅନ୍ତର୍ଯ୍ୟାମୀ
ବାମନ ମୂରତି ଧରି ।୧୩।
ଅହଙ୍କାର ବନ୍ଧୁ ଭାରି ମୁଢ଼ ସିନ୍ଧୁ
ଜଳରେ ସମାଧି ଦେବ
ବନ୍ଧୁ ପରିଜନ ଗୁରୁ ଗୁରୁ ଜନ
ବଚନ କୁ ଧ୍ୟାନ ଦେବ ।୧୪।
ଅସିବ ଜୁଆର ନୁଆଇବ ଶିର
ସତ୍ୟର ପଥରେ ରହି
ବିଜୟ ତୁମର ଆସିବ ପୟର
ଦୁଃଖ କଷ୍ଟ ଥିଲେ ସହି।୧୫।
ମନକୁ ପଚାର ପାଇବ ଉତ୍ତର
କଣ ନେଇକି ଯିବ ?
ଆଜି ମଲେ କାଲି ହେବ ଦୁଇ ଦିନ
ଅହଂଭାବ ଛାଡି ଯିବ ! ।୧୬।
ସଢ଼ ମହାରଥୀ ହେବାକୁ ସାରଥି
ପ୍ରତିଦ୍ୱନ୍ଦି କଳେବର
କା ସାଥିରେ ନିତି କରିବ ପିରତି ?
ବଢିବ ତୁମ ଖାତିର ।୧୭।
ରାଗ ହିଂସା ରୋଷ ହୁଏ ନାହିଁ ବସ
ରକ୍ତ ମାଂସ ଗଢ଼ା ଦେହ
କେମିତି ସହିବ କିପରି ଚଳିବ
ତମେ ଟିକେ ପ୍ରଭୁ କୁହ
ତମେ ଟିକେ ପ୍ରଭୁ କୁହ ? ।୧୮।
....... ×××.......
