STORYMIRROR

pratap nayak

Classics Fantasy

3  

pratap nayak

Classics Fantasy

ଅପେକ୍ଷା

ଅପେକ୍ଷା

1 min
242

ବାସି ଜହ୍ନ ଲୁଚିଲାଣି କାହିଁ

ଏକାଦଶୀଆ ବାଦଲ ଉହାଡେ

ଦରଭିଜା ଫଗୁଣ ଆଉ ଗାଉନି ବି ଗୀତ,

ପ୍ରୀତିର ସଂଗୀତ

ନିଘୋଡ ନିଦରେ ରାଧା

ଅନୋଉନି କୃଷ୍ଣ ଆଗମନୀ

ସରଧା ସରଧା ବାଲିର ବାସ 

ଚନ୍ଦନ କସ୍ତୁରୀ ବୋଳା ମହକ 

ସୁନା ଜରିଦିଆ ପାଟଣୀ 

ବୁଜୁଳା ସାଜିଲାଣି 

କାହିଁ କେଉଁ କାଳୁ

ଆଲୋ ମକର ଆଲୋ ବଉଳ

କହନି ?

କାହିଁ ହଜେଇଲୁ 

ତୋ ଢଗଢମାଣୀ ମୁଣି

ରସିକିଆ ବର ତୋର ଆସିବନି ଲୋ ଜମା

ଚୁପି ଚୁପି କଥା କହିବନି କି,

କଣେଇ ଚାହିଁବନି ବି ସିଏ

ସେକାଳ ପଖାଳ

ଏସନ ଲୁଣ

ଆଉ ବୁଣିବନି ହଳ ତୋ କିଆରୀରେ

ବାଳୁଙ୍ଗା ଗାଈଆଳ ଟୋକା 

ମାରିବନି ବି ଟିଟିକାରୀ

କାହିଁକି ନା !

ଶ୍ରାବଣ ଲୁଚିଛି ଏଠି ଶିଆଳି ଲତାରେ 

ଜାକିଜୁକି ଲୁଚେଇଛି ତା ଅବୟବ

ଖାଲି ଯା’ ଅପେକ୍ଷା

ଖାଲି ଯା’ ଅପେକ୍ଷା

ସେହି ନିଆଁଲଗା ଜାରା ଶବରକୁ 

ସେହି ନିଆଁଲଗା ଜାରା ଶବରକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics