STORYMIRROR

Indrabadal Mohanty

Fantasy

3  

Indrabadal Mohanty

Fantasy

ମୁଁ ବି ମଣିଷ

ମୁଁ ବି ମଣିଷ

1 min
589

ମୁଁ ବି ମଣିଷ,

ମୁଁ ନିଜ ସୁଖରେ ସୁଖୀ ଅଛି,

ମୁଁ ନିଜ ଦୁଃଖରେ ଦୁଃଖୀ ମଧ୍ୟ ଅଛି।


ମୁଁ ବି ମଣିଷ,

ମୋର ଛୋଟ ଗୋଟେ ହୃଦୟ ଅଛି,

ମୋର ସ୍ପନ୍ଦନ ବି ନିଜ ଛାତି ଭିତରେ ଧକଧକ କରୁଛି।


ମୁଁ ବି ମଣିଷ,

ମୋର କାହାକୁ ଭଲପାଇବାର ଲାଳସା ଅଛି,

ମୋର କାହାକୁ ଘୃଣା କରିବାର ସ୍ୱାଧୀନତା ଅଛି।


ମୁଁ ବି ମଣିଷ,

ମୋର ନିଜତ୍ବର କିଛି କାହାଣୀ ଅଛି,

ମୋର ଆଉ କାହା ପାଇଁ କିଛି କର୍ତ୍ତବ୍ୟର ପରିସୀମା ମଧ୍ୟ ଅଛି।


ମୁଁ ବି ମଣିଷ,

ମୋର ଜୀବନ ଓ ଜୀବିକା ସହ ସଂଘର୍ଷ କରିବାର କ୍ଷମତା ଅଛି,

ମୋର ହାରିଯିବାର ଭୟ ମଧ୍ୟ ଛାତି ଭିତରେ ଲୁଚିକି ରହିଛି।


ମୁଁ ବି ମଣିଷ,

ମୋର କାହାକୁ ନିଜର କହି ଆପଣେଇ ନେବାକୁ ଇଛା ଅଛି,

ପୁଣି ମୋର କିଛି କାରଣ ନ ଥାଇ ଅନ୍ୟଠୁ ଦୁରେଇ ଯିବାର ସମ୍ଭାବନା କମ ଅଛି।


ମୁଁ ବି ମଣିଷ,

କାହାକୁ ପ୍ରଶଂସା କରି ଉଚ୍ଚ କୋଟୀର ଉତ୍ସାହିତ କରିବା ଜାଣିଛି

ପୁଣି କାହାକୁ ସ୍ନେହ ଓ ଭଲପାଇବାକୁ ଆଦରି ତା ପାଇଁ ଜୀବନ ମୁଁ ଦେଇ ଦେଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy