ଧନ୍ୟ ହେ କରୋନା
ଧନ୍ୟ ହେ କରୋନା
ଧନ୍ୟ ହେ କରୋନା
ତୁ ଆସି ନେଇ ଯାଉଛୁ କେତେ ଯେ ଜୀବନ
ତୋ ପାଇଁ ହାହାକାର ସୃଷ୍ଟି ହୋଇଛି ନଥାଇ କିଛି ପ୍ରଶ୍ନ ।
ଧନ୍ୟ ହେ କରୋନା
ସୃଷ୍ଟି କରୁଛୁ ଏ ଧରିତ୍ରୀରେ ଅଜବ ଶୂନ୍ୟସ୍ଥାନ
ସମସ୍ତଙ୍କୁ ବାଧ୍ୟ କରିଛୁ ରହିବାକୁ ଘରେ ଲୋଡ଼ା ନାହିଁ କିଛି ବି ଧନ ।
ଧନ୍ୟ ହେ କରୋନା
ଧନୀ ଆଜି ଗରିବ ସାଜି ଏକାଏକା ରହିବାକୁ ବାଧ୍ୟ ହୋଇଛି
ପାଠୁଆ ଆଜି ବିଦେଶ ଛାଡି ନିଜ ଦେଶ ଫେରିବାକୁ ପାଗଳ ହେଉଛି ।
ଧନ୍ୟ ହେ କରୋନା
ମାଁ ପାଖକୁ ତା ପାଠୁଆ ପୁଅଝିଅ ଫେରାଇ ଆଣିଛୁ
ଗାଁ ଗଣ୍ଡା ଦେଖିନଥିବା ସହରି ବୋହୁକୁ ଗାଁ ଘରେ ରହିବାକୁ ବାଧ୍ୟ କରିଛୁ ।
ଧନ୍ୟ ହେ କରୋନା
ଜନ୍ମ କଲା ଶିଶୁ ଆଜି ମାଁ କୋଳ ଛାଡିବାକୁ ବାଧ୍ୟ ହୋଇଛି
ନିଜକୁ ନିଜେ ଏକାକୀ ହୋଇ ଆଜି ସମସ୍ତ ରହିବାକୁ ପସନ୍ଦ କରୁଛି ।
ଧନ୍ୟ ହେ କରୋନା
ଅସ୍ତବ୍ୟସ୍ତ ସମସ୍ତେ ଏଠି ଜନଶୂନ୍ୟ ରାସ୍ତା ଘାଟ
ଜାତି ଅଜାତି ନଥାଇ ମଧ୍ୟ ଛୁଆଁଅଛୁଁଆ ଆଜି ମୂଳମନ୍ତ୍ର ରୂପେ ପ୍ରଘଟ ।
ଧନ୍ୟ ହେ କରୋନା
ପ୍ରକୃତି ଆଜି ତୋ ପାଇଁ ସୌନ୍ଦର୍ଯ୍ୟର ଚରମ ସୀମା ପହଂଚି ଯାଇଛି
ତୋ କରୁଣ କାହାଣୀ ଅଟକାଇବାକୁ କେତେ ମହାପୁରୁଷ ଏ ଧାରା ସୃଷ୍ଟି କରିଛି ।
ଧନ୍ୟ ହଁ କରୋନା
ଗରିବ ଖଟିଖିଆ ଆଜି ଖାଇବାକୁ ନପାଇ ଡହଳ ବିକଳ କରାଉଛୁ
ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ମନ୍ଦିରରେ ମଧ୍ୟ ତାଲା ଝୁଲାଇଛୁ ।
ଧନ୍ୟ ହେ କରୋନା
ଭୋଳାବାବାକୁ ମାଉସୀ ଘର ଯିବାକୁ ମନା କରିଦେଇଛୁ
ପୁଣି ଜଗତର ନାଥ ଜଗନ୍ନାଥଙ୍କୁ ରଥରେ ଚଢ଼ିବାକୁ ଭୟର ବାତାବରଣ ସୃଷ୍ଟି କରିଛୁ ।