STORYMIRROR

Biswanath Nayak

Fantasy Others

3  

Biswanath Nayak

Fantasy Others

ମିଛ

ମିଛ

1 min
296


ମିଛ! ତୁମେ ଚାଲିଯାଅ

ଅନେକ ଦୂରକୁ,

ଦୁନିଆରେ ତୁମପାଇଁ

ନାହିଁ ତ ସମ୍ମାନ,

ସତ ସଦା ପାଏ ପୂଜା

ତୁମେ ପାଅ ଘୃଣା

ଆଉ ନିନ୍ଦା ଅପମାନ। 

ତୁମପାଇଁ ପଞ୍ଚାୟତ,

ନ୍ୟାୟ ଓ ନିଶାପ,

ତୁମପାଇଁ ଚାରିଆଡେ

ଅପଖ୍ୟାତି ଆଉ ଅଭିଶାପ। 

ମିଛ କହେ,ହେ ମଣିଷ!

ମୋର ତ ଘର ନାହିଁ

ମୁଁ ରହେ ତୁମରି ଭିତରେ,

ମୋର ତ ପାଦ ନାହିଁ

ମୁଁ ଚାଲେ ତୁମରି ପାଦରେ,

ମୋର ତ ଆଖି ନାହିଁ,

ମୁଁ ଦେଖେ ତୁମରି ଆଖିରେ,

ମୋର ତ ପାଟି ନାହିଁ,

ମୁଁ କହେ ତୁମରି ପାଟିରେ ।

ତୁମେ ମୋର ଏକାନ୍ତ ନିଜର,

ତୁମେ ମୋର ଅତି ଆପଣାର,

ତୁମକୁ ଛାଡିଣ ଏକା

ଯିବି ମୁଁ କୁଆଡେ?

ମୋର ଆଉ କିଏ ଅଛି

ଏହି ଦୁନିଆରେ?

ଯଦି ଚାହଁ ତୁମେ ମୋତେ

ଦୁନିଆରୁ ଦେବାକୁ ବିଦାୟ,

ବିଦା କରିଦିଅ ମୋତେ

ତୁମ ଅନ୍ତରରୁ,

ତୁମ ମନପରିଧି ଭିତରୁ। 

ତୁମ ସେ ମନକୋଠରୀ,

ମୋ ପାଇଁ ବନ୍ଦ ହୋଇଗଲେ,

ଦୁନିଆରେ କେଉଁଠି ମୁଁ

ରହି ପାରିବିନି,

ମୋ ଅସ୍ତିତ୍ଵ ଲୋପ ପାଇଯିବ,

ସବୁଠି ଦେଖିବ ତୁମେ

ସତ୍ୟର ରାଜତ୍ୱ। 

*********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy