ପହିଲି ଭୋଗ
ପହିଲି ଭୋଗ
ଜଗତର ନାଥ ଜଗତ ଠାକୁର
ମାନବୀୟ ଲୀଳା କଲ
ମାଆ ଯଶୋଦାଙ୍କ ହାତରନ୍ଧା ପାଇଁ
ପହିଲି ଭୋଗ ଖାଇଲ
ତୁମେ ସେହି ଅବତାର
ଚାରିଯୁଗେ ଚାରି ଭିନ୍ନ ରୂପ ତୁମ
ତୁମେ ଅରୂପରେ ରୂପକାର l
ଧନୁ ସଂକ୍ରାନ୍ତିରୁ ଏକ ମାସ କାଳ
ଖାଉଛ ପହିଲି ଭୋଗ
ମହାଲକ୍ଷ୍ମୀ ଯେବେ ପିତ୍ରାଳୟ ଯା'ନ୍ତି
ମିଳେ ମାଆ ହାତରନ୍ଧା ଯୋଗ
ତୁମେ ଜଗତ ଠାକୁର
ସମାଜେ ବାଣ୍ଟୁଛ ସମ୍ପର୍କର ବାର୍ତ୍ତା
ବଡ଼ ପରା ମାତୃ ଡୋର l
ଯେଉଁ ଉତ୍କଳର ପ୍ରାଣର ଠାକୁର
ମାଆ ପ୍ରେମ ଡୋରେ ବନ୍ଧା
ସେଇଠି କାହିଁକି ସତ୍ୟ, ନ୍ୟାୟ, ଧର୍ମ
ସୁଗୁଣକୁ ହୁଏ ନିନ୍ଦା
ଲକ୍ଷ୍ମୀ ପରି ପତ୍ନୀ ଥାଉ ଥାଉ ଯେବେ
ମାଆ ହାତରନ୍ଧା ମୋହ
କଳାକାହ୍ନୁ ପୁଣି ଭୁଲି ପାରିଲେନି
ମାନବ କି ଛାର କହ।
