STORYMIRROR

ଲୋଚନ ମେହେର

Romance Tragedy Fantasy

4  

ଲୋଚନ ମେହେର

Romance Tragedy Fantasy

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
300

ପ୍ରେମର ବର୍ଣ୍ଣନା କରିବି କିପରି 

  ନାହିଁ ମୋ ପାଖେ ଭାଷା,

 ନିଜର କରି ରଖିବି ବୋଲି 

   କରିଛି କେତେ ଆଶା। 


ପ୍ରଥମ ଥର ଦେଖିଲି ଯେବେ

  ଲାଗିଲା ଅତି ନିଜର,

ସେହି ଦିନଠୁ ତାହାରି ଠାରେ

  ଅଟକି ଗଲା ମୋ ନଜର।


ଆସିଲୁ ବୋଲି ତୁ ମନ ଉଲ୍ଲସିତ

  ହେଲା କେଡେ ଆଡମ୍ବର,

ଚାଲିଗଲୁ ବୋଲି ମନ ମୋ ଦୁଃଖିତ 

  ହୃଦୟ ଖୋଜେ ବାରମ୍ବାର।


ଭାବନାରେ ମୁଁ ବୁଡି ରହିଥାଏ

   ଭାବୁକ ଟିଏ ପରି,

ଏଡ଼େ ସୁନ୍ଦର ଗଢ଼ିଲା ବିହି 

  ପୁନେଇ ର ଜହ୍ନ ପାରି। 


ପ୍ରଥମେ ପ୍ରଥମେ ଡର ଲାଗୁଥାଏ

  କେମିତି କହିବି ବୋଲି,

ତମ ଚାହାଣିରେ ଲାଖି ରହିଥାଏ

  ଆଖି ପରେ ନାହିଁ ଭୁଲି ।


  ନିରବତା ତୋର ଭାଷା, ପୁଣି

     ଅବୁଝା ତୋର କଥା ,

ଭଲପାଇବାଟା ବ୍ୟାଖ୍ୟା କଲି ଯେବେ 

    କମିଗଲା ସବୁ ବ୍ୟଥା ।


ହୃଦୟ କୋହରେ ରଖିଚି ସାଇତି 

  ଜୀବନର ପ୍ରଥମ ପ୍ରେମ,

ପ୍ରେମ ପ୍ରେମୀ ପାଇଁ ଏହା,

     ଅଟଇ ଅମୃତ ସମ ।


କିଏ କେବେ କଣ ପ୍ରଥମ ପ୍ରେମକୁ 

   ହୃଦୟରୁ ପାରେ ଭୁଲି ,

ଦୁନିଆ ଆଗରେ ହସୁଛି ସିନା 

   ଅନ୍ତରେ କାନ୍ଦୁଛି ଖାଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance