କଥା ଦେଲି ସଖୀ ଏଇ ନିଦାଘରେ.......
କଥା ଦେଲି ସଖୀ ଏଇ ନିଦାଘରେ.......
ସେ ଡାଳରେ ସଖୀ
କ୍ରୋଞ୍ଚ ଦମ୍ପତ୍ତି
ପ୍ରେମର କବିତା ଗାଉଛନ୍ତି ।
ସେ କବିତାର ଭାଷା
ଅଶ୍ରୁତ ଯେଣୁ
ତମ ଦୁଇ ଆଖି ଦେଖୁଛନ୍ତି l
ଦେଖୁଛନ୍ତି ସେ
କବିତାର ଭାଷା
ଫୁଲ ହୋଇ ଫୁଟି ଯାନ୍ତି
ପ୍ରତି ଡାଳେ ଆଉ
ପ୍ରତି ପତରରେ
ବସନ୍ତ ସୀତ୍କାର ତୋଳନ୍ତି l
ସଖୀ, ଭାବୁଛ କି
ତମେ କେବେ
ତମ ସଖା ସଖ୍ୟ ପାଇବ ?
ଭାବୁଛକି କେବେ
ଏଇ ନିଦାଘରେ
ବାସନ୍ତୀ ମଳୟ ବହିବ ?
କଥା ମୁଁ ଦେଉଛି
ତମ ଅଙ୍ଗନରେ
ହେବି ମୁଁ କଦମ୍ବ ତରୁଟିଏ
ଆର ନିଦାଘରେ
ତମ ତନୁ ତୀରେ
ତୋଳିବି ବସନ୍ତ ଗୀତ ଟିଏ l

