ଚଉଠେ ଜହ୍ନ ............ ---------------------
ଚଉଠେ ଜହ୍ନ ............ ---------------------
ଚଉଠେ ଜହ୍ନ ............
ଚଉଠେ ଜହ୍ନର
ହସନ୍ତ ଚାହାଣୀ
ବିଞ୍ଚିଦିଏ ହସ
ରାତିର ଅନ୍ଧାର ଚିରି,
ତମର ଏ ଲାଜୁଆ
ଚୋରା ଚାହାଣୀ
ଚିରିଦିଏ ବକ୍ଷ,
ଭରି କାମନାର ବାରି l
ଆୟତନୟନା ଗୋ,
ଭ୍ରୂଲତା ତମର
ପୁଷ୍ପଧନୁର ନାରାଚରେ
କରେ ଜୂର,
ତମ ଚୁର୍ଣ୍ଣ କୁନ୍ତଳ
ହିଲ୍ଲୋଳ ସମ
ରଚୁଛି ହୃଦୟେ
ଶତ ସିକ୍ତାର l
କୁହ କେବେ ତମେ
ଆଢୁଆଳୁ ଆସି
ବିକଶିବ ମୋ
ଝରା ଉଦ୍ୟାନେ
କୁହ କେବେ ତମେ
ସବୁ ଲାଜ ତେଜି
ମଧୁ ଝରାଇବ
ରତି ଦହନେ......
****************************
ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା,
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬

