ତା'କଥା କୁହନି ମୋତେ
ତା'କଥା କୁହନି ମୋତେ
ଶୁଣି ଶୁଣି ପାଚି ଗଲାଣି କାନ ଶୁଣିବି କେତେ
ହେତୁ ହେଲା ଦିନଠୁ ଶୁଣି ଆସୁଛି
ଆଉ ଶୁଣିବାକୁ ନାହିଁ ତିଳେ ଇଚ୍ଛା କି ଧୈର୍ଯ୍ୟ
ଶୁଣି କରିବି କ'ଣ...କି ଶକ୍ତି ଅଛି ମୋ ହାତେ
ଫସର ଫାଟି ଯାଇଛି ଉଦ୍ୟମ ଯେତେ
ତା' କଥା କୁହନି ମୋତେ......
କେବେ ମନରେ ଭାବିବନି ଏମିତି କିଛି
" ମୁଁ ତାକୁ ସୁଧାରି ଦେବି ବୁଝାଇ "
ସୁଧୁରିବାର ଅଛି ତ ନିଜେ ସୁଧୁରି ଯାଅ
ଏୟା ତା' କଥାରେ କା' ଦୁର୍ଗୁଣ ଗାଇଲେ
ତା'ର କୁପ୍ରଭାବ ପଡ଼ି ପାରେ ନିଜ ଉପରେ
ଯେତିକି କହୁଛ ବୁଝି ବିଚାରି ଭଲ କୁହ
ଅନ୍ତତଃ ତୁମର କି ମୋର ହେବନି କିଛି କ୍ଷତି
ସତ୍ୟାସତ୍ୟ କ'ଣ...ସବୁ କଥାର ମିଳେ କି...
ଶୁଣା କଥାରେ ମୁଣ୍ଡ ପୁରାଇ ଲାଭ କ'ଣ
ହୁଏତ ସେ ତା'ର ହୋଇଥିବ ଶତ୍ରୁ
କିଛି ସ୍ବାର୍ଥରେ ପଡ଼ିବାରୁ ବାଧା
ଅପପ୍ରଚାର କରୁଥିବ କାମଧନ୍ଦା ଛାଡ଼ି
ବଦନାମ କରିବାକୁ ଇର୍ଷାରେ ହିଂସାରେ
କାହା ମନରେ ଅଛି କ'ଣ ଜାଣିବି କେମନ୍ତେ
ତା' କଥା କୁହନି ମୋତେ...
ଆଲୁଅରେ ଯାଉଛି ଯିଏ... ତାକୁ କହିଲେ
ଅବଶ୍ୟ ଦେଖି ପାରେ ତନ୍ନ ତନ୍ନ
ଚାହିଁଲେ ସେ ସକରାତ୍ମକ ମନୋଭାବରେ
ଯିଏ ଅନ୍ଧାରରେ ଅଛି ଆତ୍ମଗୋପନ କରି
ସେ କଣ ଶୁଣିବ ନା ଦେଖିବ...
ନିଜକୁ ତା' ମୁଖା ଭିତରେ ଲୁଚାଇ ରଖି
ଥିବ ସେ ସବୁବେଳେ ଅସ୍ତବ୍ୟସ୍ତ
ତା' ପାଇଁ ଦୁନିଆଁର ଆଲୋକ ବ୍ୟର୍ଥ
ଚାହେଁ ନା ସେ ସତ୍ୟ ନ୍ୟାୟ ଧର୍ମର ଆଲୋକ
ତା' ବିଚାରର ଏମାନେ ସବୁ ନିର୍ବୋଧ
ତ୍ୟାଗ ଆଦର୍ଶର ବଳିଦାନ ଦେଉଛନ୍ତି ଯେତେ
ସେ ଏଇୟା ବି ଭାବେ ସେ ସବୁଠୁ ଚତୁର
କାହିଁକି ନା...ଅନ୍ୟକୁ ଠକି ସେ ଆଜି ଆଗରେ
ନିଜ କଥା ହିଁ କେବଳ ସେ ଭାବେ
ତୁମ ପାଇଁ ମୋ ପାଇଁ ସେ ଥାଇ କେତେ
ନ ଥାଇ ବି କେତେ... ସେ ତ ତା' ଇଚ୍ଛା ମତେ
ତା' କଥା କୁହନି ମୋତେ...।
