STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ

1 min
384

ଅସହ୍ୟ ନିଦାଘ ସହି ନ ପାରି

ମନଭରି ଗାଧୋଇ ଥିଲ ବୋଲି

ଜ୍ୟେଷ୍ଠ ପୂର୍ଣ୍ଣମୀରେ

ସୁଶୀତଳ କୂଅ ଜଳକୁ

ଦେଲ ଶରୀରେ ଅଜାଡ଼ି 

​ହେ କଳା ସାଇଁ

​ଗୋଟିଏ ନୁହଁ କି ଦୁଇ

​ଏକ ଶହ ଆଠ ମାଠିଆ ଜଳରେ

​ଶ୍ରୀଅଙ୍ଗ କୁ ହେଲ ଧୋଇ

​ଶ୍ରୀମନ୍ଦିରୁ ବାହାରି ସ୍ନାନ ମଣ୍ଡପରେ

ଭକ୍ତଙ୍କୁ ଦେଖି ହେଲ ଗାଧୋଇ

ଅସହ୍ୟ ନିଦାଘକୁ ସହି ନ ପାରି

ଶୋଇଲ ପଥି ପାଚନ ଖାଇ

ଅଣସର ଘରେ ରହିଲ

ବୈଦ୍ୟ ସେବା ପାଇ

ହୋଇଗଲ ସୁସ୍ଥ ତୁମେ

ମନେ ପଡ଼ିଗଲା ମାଉସୀ ଘର 

ବାହାରିଲ ବୁଲି ରଥ ପରେ ବସି

ଭକତ ଙ୍କୁ ଦେଖା ଦେଇ

ଜଗତର ନାଥ ତୁହି

ତୋ ଆୟତ୍ତ ରେ ତୋ ଇଙ୍ଗିତରେ

ଚାଲିଛି ଜଗତ ବୋଲି

ତୋ ନାମ ଜଗତ ସାଇଁ

ଲୀଳା ଖେଳା ଲଗାଉଛ ପ୍ରଭୂ

ରଥ ପରେ ବସି ଟାହିଆ ହଲାଇ 

ଭକ୍ତଙ୍କୁ ଦେଖିବା ପାଈଁ

ଅପଲକ ନୟନେ ଚାହିଁଛ ପ୍ରଭୁ

ମାନବୀୟ ଲୀଳା କରି

ଭାଇ ଭଉଣୀ ସାଙ୍ଗରେ

ଲୀଳାମୟ ନାମ ବହି

ଦୁଃଖି ମଣିଷ ର ଦୁଃଖ ଧୋଇ

ଦରଶନ ଦିଅ ରଥ ପରେ ବସି

ପାପ ନେତ୍ରକୁ ଆମ ଧୋଇ

ତେଣୁ କୁହାଯାଏ

"ଦୋଳେ ତୁ ଦୋଳ ଗୋବିନ୍ଦ

ଚାପେ ତୁ ମଧୁସୂଦନ

ରଥା ଋଢ ବାମନଂ ଦୃଷ୍ଟା୍ବା

ପୁନର୍ଜନ୍ମ ନ ବିଦ୍ୟତେ"

ହେ ବାମନ ଗୋସାଇଁ

ଏ ନେତ୍ର ରହିଛି ଚାହିଁ

ବରଷକେ ଥରେ ରଥେ ଚଢି

ଆସ ପାପୀର ନେତ୍ର ପଖାଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics