Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratyasha Rout

Fantasy Others Children

4.5  

Pratyasha Rout

Fantasy Others Children

ରଜ ଦୋଳି

ରଜ ଦୋଳି

1 min
226


ସୁନ୍ଦର ସକାଳେ ଉଇଁ ଆସେ ରବି

ଧରିଛି ନୂତନ ଆଶା କିରଣ,

ରଜର ମଉଜ ଆରମ୍ଭ ହେଉଛି

ଅଳତା ଲାଗିଛି ସଭି ଚରଣ ।


ଛକ ବଜାରରେ ବର ଗଛ ତଳେ

ଚାଲିଛି ତାସ ଲୁଡୁର ଖେଳ,

ଝିଅ ପିଲା ମାନେ ବାଡ଼ି ବଗିଚାରେ

ଖେଳନ୍ତି ବୋହୂ ବାଗୁଡ଼ି ହୋଇଣ ମେଳ ।


ଘରେ ଘରେ ଆମ୍ବ ପଣସ ସମ୍ଭାର 

ପିଠା ମିଠା ପାନ ଥୁଆ ହୋଇଛି,

ବନ୍ଧୁ ବାନ୍ଧବରେ ଘର ଦ୍ବାର ପୂର୍ଣ୍ଣ

ହସ ମଜାର ଆସର ଜମିଛି ।


କୁନି କୁନି ପାଦ ପଡ଼ି ଉଠି ଯାଏ

ଧରିତ୍ରୀ ମାତା ତ ରଜସ୍ୱଳା ହୁଏ,

ପୋଡ଼ ପିଠା ପାଖେ ଜଗି ବସିଥାଏ,

ଡାକିଦେଲେ ସିଏ ଓଠେ ହସିଦିଏ ।


ଦୋଳି ବନ୍ଧା ହୋଇଛି ଗଛ ଡାଳରେ

ସେଥିରେ ସଜ୍ଜିତ ଫୁଲର ମାଳା,

ଝିଅ ମାନେ ଯାଇ ଦୋଳି ଖେଳୁଛନ୍ତି

ସଭିଙ୍କ ପାଇଁ ଏ ଖୁସିର ବେଳା ।


ରାଗ, ହିଂସା ଛାଡ଼ି ଈର୍ଷା ମନୁ କାଢ଼ି

ଆସରେ ଭଉଣୀ ଭାଇ,

ଆମର ରଜରେ ଖୁସି ମନାଇବା

ଖାଇବା ପିଠା ମିଠା ବାଢ଼ି ।


Rate this content
Log in

Similar oriya poem from Fantasy