STORYMIRROR

Pratyasha Rout

Abstract Others

4  

Pratyasha Rout

Abstract Others

ବରଷା ରାଣୀ

ବରଷା ରାଣୀ

1 min
246

     ମେଘ ବରଷିଲା ଟୁପୁରୁ ଟାପୁରୁ,

            ବେଙ୍ଗୁଲି ଛାଡ଼ିଲା ରଡ଼ି।

     କୁଆଡ଼େ ଗଲ ହୋ ବେଙ୍ଗ ରାଜା ମୋର,

            ପାଖକୁ ଆସ ଗୋ ଭିଡ଼ି।

     ସାରା ଜୀବନ କାଟିଦେଲୁ ଆମେ,

            କେତେ ଯେ ବରଷା ସହି।

     କୁଆଡ଼େ ଗଲେ ମୋ ପିଲା ଛୁଆ ମାନେ,

            ଏଯାଏଁ ଫେରିଲେ ନାହିଁ।

     ମଣିଷଙ୍କ ପରି ଲୋଡ଼ା ନାହିଁ ପରା,

             ଆମକୁ ଯେ କୋଠା ଘର।

     ଆମେ ତ ସବୁ ଛୋଟ ଛୋଟ ଜୀବ,

             ଲୋଡ଼ା ଖାଲି ସାରୁ ପତର।

     ପୃଥିବୀ ରାଣୀ ପ୍ରକୃତି ରାଣୀ,

             ଅଟେ ସିଏ ଭାରି ସୁନ୍ଦରୀ।

      ଦେଖି ତାର ସେହି ଭିଜା ଭିଜା ଦେହ,

            କିଏ ପାରିବ ପାସୋରି।

      ବୃକ୍ଷ ଲତା ଫୁଲ ପତ୍ରର ସମ୍ଭାର,

            ବରଷାରେ ଭରପୁର।

      ନ ମାଗିଥିଲେ ବି ଥୋଇ ଦିଏ ଆଣି,

            ସ୍ୱାଦିଷ୍ଟ ଅମୃତ ଫଳ।

      କୋଳରେ ତାର ଶୋଇ ଶୋଇ ଝୁଲେ,

            ବରଷା ଛିଟା ଆମୋଦ।

      ଶାନ୍ତିର ଏହି ବାତାବରଣରେ,

            କେତେ ପୁଲକ ଆହ୍ଲାଦ।

      ପ୍ରକୃତି କୋଳେ ବଢ଼ିଛୁ ଆମ୍ଭେ,

            କେତେ ସୁଖ ଦୁଃଖ କଡ଼ି।

      ବିଜୁଳି ଘଡ଼ଘଡ଼ିକୁ ଡରି ଯାଇ ଆମେ,

            ତାକୁ କ'ଣ ଯିବୁ ଛାଡ଼ି।

      ସୁରୂଜର ତାପ ସହୁଥିଲା ଯେ,

           କେତେଦିନୁ ଏ ଧାର ଅନ୍ତର।

       କଳା ମେଘ ଭରା ସାରା ଆକାଶ,

           ଆଜି ଦିଶଇ କେଡ଼େ ସୁନ୍ଦର।

       ଗଛ ପତ୍ର ଆମେ କାଟିବା ନାହିଁ,

           ଏହା ଯେ ବଡ଼ ବିପଦ।

       ଅଧିକରୁ ଅଧିକ ବୃକ୍ଷ ରୋପଣ,

           ଆମ ପାଇଁ ଅଟେ ସମ୍ପଦ।

       ଆମେ ଯଦି ଯତ୍ନ ନେବା ପ୍ରକୃତିର,

           ଆମ ପାଇଁ ହିଁ ମଙ୍ଗଳ।

       ଠିକ୍ ସମୟରେ ବରଷା ଆସିବ,

           ଅଭାବ ହେବନି ଜଳ।

       ସବୁ ଜୀବ ଜନ୍ତୁ ଖୁସିରେ ରହିବେ,

           କେହି କେବେ ହନ୍ତ ସନ୍ତ ଯେ ନହେବେ।

        ହସି ଉଠିବ ଆମ ଧରା ଭୁବନ,

            ଆନନ୍ଦରେ କାଳାତିପାତ କରିବେ।

  

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract