STORYMIRROR

Arjuni charan Behera

Fantasy Others

4  

Arjuni charan Behera

Fantasy Others

ଫଳରାଜା ଆମ୍ବ

ଫଳରାଜା ଆମ୍ବ

1 min
401

    

ଧନ୍ୟରେ ଫଳ ତୁହି ଆମ୍ବ l

      ଅନେକ ତୋହର କୁଟୁମ୍ବ ll

ଚୌଷା ଲେଙ୍ଗଡା ଆଖୁରସ l

       ଦସେରି ମଲ୍ଲି ଆଲଫନ୍ସ୍ ll 

ତୋଟାପଲ୍ଲୀ ଓ ଆମ୍ରପଲ୍ଲୀ l

       ସୁନ୍ଦରୀ ବାଇଗଣ ପଲ୍ଲୀ ll

ନିଲମ୍ ସିନ୍ଧୁ ରସପୁରୀ l

     ଫଜିଲ ଓ ଜାତି କାବେରୀ ll

ଭିନ୍ନ ଭାଷାରେ ଭିନ୍ନ ନାମ l

      ବିଖ୍ୟାତ ଆମ୍ର,ଚୂତ,ଆମ ll

ମାମିଡ଼ି ରସାଳ ମଙ୍ଗଳ l

     ଫଗୁଣେ ଧରେ ତୋ ବଉଳ ll

ପତ୍ର ଗହଳେ ତୋର ପିକେ l

      ବସନ୍ତେ ରାବନ୍ତି ଉତ୍ସୁକେ ll

ଦୋଳଗୋବିନ୍ଦ ଦୋଳେ ବସି l

      ପ୍ରିୟ ତାଙ୍କରେ ଆମ୍ବ କଷି ll

ସତ୍ୟର ଫଳ ଅଟୁ ତୁହି l

    କଞ୍ଚା ପାଚିଲା ତୋତେ ଖାଇ ll

ଭାରତ ଆମ୍ବର ଆଚାର l

      ବିଶ୍ୱେ ରହିଛି ନାମ ତାର ll

ଆମ୍ର କୁଞ୍ଜରେ ବାନ୍ଧି ଦୋଳି l

      ରାସ ରଚିଲେ ବନମାଳୀ ll

ଆସରେ ଏବେ ରଜ ପାଳି l

      ଆମ୍ରେ ବାନ୍ଧିବା ରଜଦୋଳି l

ବିଷମ ଗ୍ରୀଷ୍ମ ଟାଣ ଖରା l

      ବଜାରେ ଆମ୍ବର ପସରା l।


Rate this content
Log in

Similar oriya poem from Fantasy