STORYMIRROR

Pratima Satpathy

Fantasy

4  

Pratima Satpathy

Fantasy

କବି

କବି

1 min
5


କବି ମନତଳ ଅବ୍ୟକ୍ତ ଯନ୍ତ୍ରଣା 

     କେହି ବୁଝି ପାରନ୍ତିନି 

ଯେତେ କଷ୍ଟ ହେଲେ ହସୁଥାଏ ସେହି 

     କଲ୍ପନା ରାଇଜେ ପୁଣି।

ଉଡନ୍ତା ଚଢ଼େଇ ପରି କଳ୍ପନାରେ 

     ଆକାଶେ ଯାଏ ସେ ଉଡି 

ଆଶା ମରିଗଲେ ଅଧା ଆକାଶରୁ 

     ପଡ଼ି ଡେଣା ଯାଏ ଛିଡି।

କଳ୍ପନାରେ ସିଏ ଗିରି ଲଙ୍ଘିପାରେ 

     ସମୁଦ୍ରକୁ ଡେଇଁ ଯାଏ 

ପର୍ବତ ଉପରେ କମଳ ଫୁଟାଇ 

    କବିଟିଏ ପାରିଥାଏ।

ଆଶା ବୈତରଣୀ ଆଗକୁ ଆଗକୁ 

    ଗତି କରି ଚାଲିଥାଏ 

ଆଶା ହରାଇଲେ ଅଧାବାଟେ ପଡି 

    ପ୍ରାଣ ନାଶ ହୋଇଯାଏ। 

କବିର କବିତା ପ୍ରାଣର ବନିତା 

    ସବୁଠାରୁ ଭାରି ପ୍ରିୟ 

ଛାଡ଼ି ପାରେ ନାହିଁ ଜୀବନରୁ ତାକୁ 

    ଆସୁ ପଛେ ଦୁଃସମୟ।

କେତେ ଥଟ୍ଟା କେତେ ପରିହାସ ତାକୁ 

     ସହିବାକୁ ପଡ଼ିଥାଏ 

ଆଖି ବୁଜି ସିଏ ସବୁ ସହିଯାଏ 

    ତଥାପି ସେ ହସୁଥାଏ।

ମନର ଭାବନା ଉପସ୍ଥାପନାରେ 

   କୁଣ୍ଠିତ ସେ ହୁଏ ନାହିଁ 

କବିତା ମାଧ୍ୟମେ ମନର କଥାକୁ 

   ଲେଖି ଯାଇଥାଏ ସେହି।

ବୈଷ୍ଣବ ପାଣିଙ୍କୁ କେତେ କଣ ଲୋକେ 

    ଯାଉଥିଲେ ପରା କହି 

ଚାଲିଗଲା ପରେ ତାଙ୍କ ଲେଖା ପଢ଼ି 

    କାନ୍ଦନ୍ତି ଅଶ୍ରୁ ଗଡ଼ାଇ।

ରାମକୃଷ୍ଣ ପରମହଂସ ଦେବଙ୍କୁ 

   ଥଟ୍ଟା ମଜା କରୁଥଲେ 

ମଲା ପରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପି 

     ପାଦପଦ୍ମ ପୂଜା କଲେ।

ବଞ୍ଚିଥିବା ବେଳେ ସମ୍ମାନ କରିବା 

    ଲୋକ ମାନେ ନ ଜାଣନ୍ତି 

ମଲା ପରେ ଫୁଲ ମାଳ ପିନ୍ଧାଇଣ

    ଚରଣ ଛୁଇଁ ଥାଆନ୍ତି ।

କବିଟିଏ ତାର ଜୀବନ କାଳରେ 

    ପାରେନା ଶାନ୍ତିରେ ଶୋଇ 

ସମାଜକୁ କେଉଁପରି ସୁଧାରିବ 

    ମନେ ଚିନ୍ତା କରୁଥାଇ।

ଅସି ନୁହେଁ ସିଏ ମସି ଚଳାଇକି 

    ସମାଜ ଉନ୍ନତି କରେ 

ନିଜ ଦୁଃଖ କଷ୍ଟ ନିଜ ଲୁହ ପିଇ 

    ଆଲୋକ ବର୍ତ୍ତିକା ଜାଳେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy