STORYMIRROR

Panchanan Jena

Fantasy

4  

Panchanan Jena

Fantasy

ବାପାଙ୍କ ଜିଦ୍

ବାପାଙ୍କ ଜିଦ୍

1 min
19


ଘର ଗୋଡ଼ା ଦେବା ଦିନୁ

ବାପାଙ୍କ ଜିଦ୍‌ ଗୋଟାଏ

ବଡ଼ ବଡ଼ ହେବ କବାଟ ଚଉକାଠ

ତାଠୁଁ ବଡ଼ ଝରକାବନ୍ଧ ନିମ୍ବ କାଠ 


ବୋଉ ଗରଗର

ମଉସା ମାଉସୀ 

ନବୁଝି ନସୁଝି ବୋଉ ପାଖିଆ

ଆହୁରି ତିରସ୍କାର


ମାମୁଁ ମାଇଁ ଆସୁ ଆସୁ

ହୁଁ ହାଁ କରୁଥିଲେ

ନାକ ଟେକୁଥିଲେ 

ହାତ ଚାଖଣ୍ଡେ ଯହୁଁ ଘର

ପୁଣି ଫୁଟାଣି ଛପର ପାର

ପୁଣି ଝରକା ଦରଜା ଦେଖ ପାନ ପତର

ହାତି କାନ ପରି ଦିଶେ ବେଢଙ୍ଗିଆ ଅସୁନ୍ଦର


କିଛି ବୁଝା ପଡ଼ୁ ନ ଥିଲା

କୂଳ ଥଳ ବି ମିଳୁ ନ ଥିଲା


ବାପାଙ୍କ ଜିଦ୍ ଆଜି ବି କାନ୍ଥରେ ଟଙ୍ଗା

ଫଟୋ ରୁ ବାରିପଡ଼େ

ରକ୍ତ ଚାଉଳ ଚୋବେଇ ରହିଗଲେ 

ଆତ୍ମୀୟ ସ୍ବଜନ ବାରିଆଡ଼େ

ଗୃହ ପ୍ରତିଷ୍ଠାରେ ଯୋଗ ଦେଲେ 

ଗହ ଗହ ଭିଡ଼ ଜମିଥିଲା କଡ଼େ କଡ଼େ


ଆଜି ବସିଛି ଅବସନ୍ନ

ବଡ଼ ଝରକାର ଆଖି ଦେଇ

ପାଉଛି ହଜିଥିବା ପିଲାଦିନ

ଗାଁ ପଡିଆରେ ଦୈଡୁଥିବା 

ଶୌଶବ ଅପରାହ୍ନ


ବଡ଼ ଝରକାର

 ଡିମା ଡିମା ଗବାକ୍ଷ ଦେଇ

ମିଳୁଛି ଝର୍କାଏ ତାରାଭରା ଜୋଛନା

ଦୁଇ ପାପୁଲିରେ ପିଇ ପାରୁଛି

ମୁଠା ମୁଠା ଅମୀୟ ମୁର୍ଚ୍ଛନା


ବଡ଼ ଝରକାର ଡାମରା ଡାମରା 

ପାଖୁଡ଼ା ଖୋଲି ଦେଲେ 

ମିଳୁଛି ବଙ୍ଗୋପସାଗରୀୟ ଦକ୍ଷିଣା ପବନ

ଫୁଲକୁଣ୍ଡରେ ଡେଉଁଥିବା ଟିକି ଚଢେଇର

ଡିଆଁ ଡେଇଁ ଖେଳରେ ଭରିଛି

ଭାବନା ସମ୍କୋହନ


ବଡ଼ ଝରକା ଅଛି ବୋଲି

ଦେଖି ପାରୁଛି ଶ୍ରାବଣ ମହ୍ଲାର

ଛୁଇଁ ପାରୁଛି ସ୍ମୃତିର ଜରାୟୁ ଭିତରେ

ସାଇତା ଅନ୍ତଃସ୍ଵର

ଗାଇ ପାରୁଛି ମେଘ ବରଷିଲା ଟୁପୁର୍ ଟାପୁର୍

ହଜାରେ ଥର

ଆଉ ଶୁଣି ପାରୁଛି

ନ ବର୍ଷି ଲେଉଟି ଯାଉଥିବା

କଳାହାଣ୍ଡିଆ ମେଘମାନଙ୍କ ଆର୍ତ୍ତଚିତ୍କାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy