ରେ ସମୟ ମୋ ପ୍ରିୟାକୁ ଟିକେ ଦେବୁ ବୁଝାଇ
ରେ ସମୟ ମୋ ପ୍ରିୟାକୁ ଟିକେ ଦେବୁ ବୁଝାଇ
ଗ୍ରୀଷମ ଝାଞ୍ଜିରେ ସିଝିଯିବ ବୋଲି
ଚାଲେ ସେ ମୁହଁକୁ ଘୋଡାଇ ଦେଇ
ଡରେ ପ୍ରିୟା ମୋର ଝଡି ବରଷାକୁ
କାଳେ ସିଏ ନେବ ତାକୁ ଉଡାଇ ।
ଫୁଲ ଠାରୁ ବଳି କୋମଳ ଦେହ ତା
ଅଟଇ ସିଏ ବି ଭାରି ମନୋଇ
କିଛି ଟିକେ ହେଲେ କହେ ନାହିଁ କିଛି
କାନ୍ଦଇ ସକେଇ ସେ କଇଁକଇଁ ।
ଜିଦି କରେ ସିଏ ଉଠିବନି ଶିଘ୍ର
ଭାଙ୍ଗିଯିବ ତାର ମିଠା ସପନ
ଏଡିକି ଅବୁଝା ରାତି ତା ସରେନା
ବିଳମ୍ବେ ଆସଇ ନିଇତି ଦିନ ।
ରୂପା ଚାନ୍ଦ ସିନା ଗଢିଦେବା ପାଇଁ
ଚାହିଁଥିଲା ଝିଅ ସେ ତଅପୋଇ
ଚାହୁଁଛି ଆକାଶେ ପ୍ରିୟା ମୋ ଜହ୍ନକୁ
ଖୋଜି ଖୋଜି ସିଏ ପାଉ ତ ନାହିଁ ।
ସହିବାକୁ ହେବ ଖରା ବର୍ଷା ଶୀତ
ମଧୁକାଳ ନିତି ମଳୟ କାହିଁ
ରେ ସମୟ ଟିକେ ମନୋଇ ପ୍ରିୟାକୁ
ପାରିବ କି ତୁମେ ବୁଝାଇ ଦେଇ ! !

