STORYMIRROR

Kalpana Kumari Pradhan

Abstract Fantasy Others

4  

Kalpana Kumari Pradhan

Abstract Fantasy Others

ବର୍ଷା ତୋର କେତେ ରୂପ

ବର୍ଷା ତୋର କେତେ ରୂପ

1 min
16

କାନ୍ତ କୋମଳ, ସୁଶୀତଳ ବାରି ଧାରା ବହି 

    ଗଗନୁ ଯେବେ ତୁ ଝରି ଯାଉ 

ତୃଷାର୍ତ୍ତ ଧରଣୀ ବୁକେ  ଆନନ୍ଦ ଲହରୀ ଖେଳେ 

    ନବ ଜୀବନ କି ସଂଚରୀ ଦେଉ l


ତରୁ ଲତା ଗଣ    ପଲ୍ଲବୀତ ତୋହରି ସ୍ପର୍ଶେ 

   ଧରା ହସୁଥାଏ ସତେ ସବୁଜିମା ପରିଧାନେ 

ଆରମ୍ଭିଣ କୃଷି କାର୍ଯ୍ୟ    ପ୍ରଫୁଲ୍ଲିତ ଚଷା ଭାଇ 

   ଅର୍ଣ୍ଣ ଯୋଗାଇଣ ତୋଷୁଥିବ ସର୍ବଜନେ l


 ରୂପ ମାଧୁରୀରେ ମଜ୍ଜି    ଭାବନାର ଧାରେ ବହି  

    କବିର ପରାଣ ଲେଖନୀ ଧରି ହାତେ 

ନିସୃତ ହୁଅଇ ପ୍ରଖର     ସ୍ରୋତ ସୃଜନୀ ର 

    ପରିପୂର୍ଣ୍ଣ ସାହିତ୍ୟ ଭଣ୍ଡାର ଏହି ମତେ l


କେତେ ଶିହରଣ, କମ୍ପନ   ଜଗାଏ ପ୍ରେମୀ ପରାଣେ 

   ତନୁ ମନକୁ ଭିଜାଇ ପୀରତି ସୁରେ 

ବିରହିଣୀ ନୟନ ବାରି     ତୋ ସାଥେ ବହିଯାଏ 

    ପରସେ ତୋହର ଅନ୍ତର ଯାହାକୁ ଝୁରେl

କେବେ ତୁହି ଆସୁ    ମୃଦୁ ପଦ ପାଦେ 

   ସଂସାର ମଙ୍ଗଳ କାରିଣୀ ରୂପ ବହି 

ପୁଣି କେବେ ନାଶୁ     ପ୍ରାଣୀ ଜଗତ କୁ 

    ଉଗ୍ର, ଭୟଙ୍କର ବିନାଶକାରିଣୀ କି ହୋଇ!

    

   

     

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract