STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଅନନ୍ତ ବିସ୍ତାରୀ

ଅନନ୍ତ ବିସ୍ତାରୀ

1 min
13


କଥା କମ୍ 

କାମ କମ୍ ନ ହେଉ

ବ୍ୟଥା କମ୍

 କାମ ବେଶି ହେଉ

କାରଣ ଲୋକେ 

ଶୁଣନ୍ତି କମ୍

ଦେଖନ୍ତି ବେଶି

ବାଣ୍ଟନ୍ତି କମ୍

ବଦନ୍ତି ବେଶି


କୁହା କମ୍ 

ଶୁଣା କମ୍ ନ ହେଉ

ପଢ଼ା କମ୍

ଲେଖା ବେଶି ହେଉ

କାରଣ ଲୋକେ

ଦେଖନ୍ତି କମ୍

କହନ୍ତି ବେଶି

ଶୁଣନ୍ତି କମ୍

ବଖାଣନ୍ତି ବେଶି


ନାଟକ ବେଶି

କାହାଣୀ କମ୍ ନ ହେଉ

ବୈରାଗ୍ୟ ବେଶି

ସମର୍ପଣ ବଢୁ ଥାଉ

କାରଣ ଲୋକେ

ଦର୍ପଣରେ ଦେଖନ୍ତି ବେଶି

ଖୋଜନ୍ତି କମ୍

ନୟନେ ଦେଖନ୍ତି ବେଶି

ମାଜନ୍ତି କମ୍ 


ସମୟ ଆସିଛି

ଦୃଷ୍ଟି ହେଉ 

ବ୍ୟାପ୍ତ ପରିବ୍ୟାପ୍ତ

ଦିଗନ୍ତ ପ୍ରସାରୀ

ଆଉ ଦୃଷ୍ଟିକୋଣ ହେଉ

ସମକୋଣୀ ସମଦ୍ରୋଣୀ

ଅନନ୍ତ ବିସ୍ତାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy