STORYMIRROR

Prashantam Bapu

Fantasy Inspirational

4  

Prashantam Bapu

Fantasy Inspirational

ବହୁତ ଦିନ ହେଲାଣି...

ବହୁତ ଦିନ ହେଲାଣି...

1 min
13


ବହୁତ ଦିନ ହେଲାଣି ତୋ ପାଖକୁ ଯାଇନି

ଉଇ ଭଳି ମାଡ଼ି ଯାଉଥିବା ସର୍ବଗିଳାଙ୍କୁ ପ୍ରତିରୋଧ କରି

ତୁ ଚାହିଁଲେ ବି ଇଞ୍ଚାଏ ଆଗେଇ ପାରିବୁନି 

ମୁଁ ତ ଆଗପଛ ଦେଖି ଚୋର ଭଳି ଲୁଚିଲୁଚି ଯାଏ  


କୁଣ୍ଡ ଭିତର ଅନୁର୍ବର ସିମୀତ ଶୁଖିଲା ମାଟିକୁ 

ଅଭାଗା ଅସହାୟ କଏଦୀ ଗଛଟିଏ 

ଯେମିତି ପ୍ରାଣପଣେ ଜାବୁଡ଼ି କାମୁଡ଼ି ଜିଇଁଥାଏ 

ତୋତେ ଦୂରେଇ ଦେଇ ସଭ୍ଯ ହୋଇ ଜିଇଁବାଟା ସେମିତି 


ଜାଣେ ମୋ ଅଭିମାନ ସବୁ ଅମୂଳକ 

ମୋର ଏ ମାପାଚୁପା କଂକ୍ରିଟ ପ୍ଲାଷ୍ଟିକ ସମାଜରେ 

ତୋ ପାଇଁ ଯାଗା ଟିକିଏ କେଉଁଠି ବି ନାହିଁ 

ଏଇଥି ପାଇଁ କି ଛଟପଟ ହୋଇ ଜଳି ଜଳି ରାତି କାଟେ ?

 

ପାଞ୍ଚଟି ଇନ୍ଦ୍ରିୟ ସହ ବିବେକକୁ ବଧିରା କରିଦେଇ 

ଆଠ ଘଣ୍ଟା ନିଶ୍ଚିନ୍ତରେ ଶୋଇ ଯିବାର କଳା 

ବଞ୍ଚିଥିବା ଭଳି ଦିଶୁଥିବା ମଲା ଲୋକଙ୍କର ଥାଇପାରେ 


ଜୀବନଟିକୁ ତୁ ସାଇତିଛୁ ବୋଲି ସିନା ଏଯାଏଁ ବଞ୍ଚିଛି 

ନହେଲେ ମୁଁ ବି ବଞ୍ଚିଥିବାର ତୁଚ୍ଛ ପ୍ରତିଯୋଗିତାରେ 

ନିୟମିତ ନିଜ ଆୟୋଜିତ ପ୍ରାୟୋଜିତ ଅଭିନୀତ 

ଫ୍ଲାସ୍ଡ୍ ଫୋକସ୍ଡ୍ ଖୁସିର ଫିଲ୍ଟରର୍ଡ ଫୋଟୋ ପୋଷ୍ଟ କରି 

ହ୍ୱାଟ୍ସ୍ଅପ୍ ଇଂଷ୍ଟାରେ ଡେଲି ଅପଡେଟ ଦେଇ 

ପ୍ରତିଦ୍ବନ୍ଦି ଶତ୍ରୁଙ୍କୁ ଜଳେଇବାକୁ ଚେଷ୍ଟାକରୁଥାନ୍ତି 


ଆମର ଏ ଅର୍ଥହୀନ କ୍ଷତିକାରକ ଗୁପ୍ତ ପ୍ରଣୟ 

ଏ ଲାଭଖୋର ଖାଉଟି ସମାଜ ଆଖିରେ 

ଅକ୍ଷମଣୀୟ ଅପରାଧ ଜଘନ୍ୟ ପାପ 

ଡର ଲାଗେନି ତାଙ୍କ କାଠ ଗଡ଼ାକୁ 

ଦଣ୍ଡକୁ କି ପାପୀର ଉପାଧିକୁ

ଡର ଏ କଂକ୍ରିଟର ଛଅ କାନ୍ଥିଆ ନିବୁଜ ଘରକୁ 

ଡର ମଲା ଯାଏଁ ବଞ୍ଚିଛି ବୋଲି ଧରିନେବାକୁ 


ତୁ କେତେ ଢଙ୍ଗରେ ଇଙ୍ଗିତ କରୁ ଇଶାରା ଦେଉ

କି ମୁଁ ବାହାରେ ନୁହେଁ ତୋ ଭିତରେ ହିଁ ଅଛି  

ହେଲେ ବାହାରେ ତୋତେ ନଛୁଇଁଲେ ନଚୁମିଲେ

ତୋ ଶକ୍ତ ଆଲିଙ୍ଗନରେ ବନ୍ଧା ହୋଇ

ତୋ ଦେହରେ ଏ ଦେହକୁ ନହଜାଇବା ଯାଏଁ 

ନିଜ ଭିତରେ ତୋତେ କେମିତି ପାଇବି ? 

ନିଜ ପରିଚୟରୁ ମୁକ୍ତିର ରାସ୍ତା କେମିତି ଖୋଜିବି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy